Latest Odisha News

୩୦ ଲକ୍ଷରେ ଛିଡା ହେଲା ୪୦ ଫୁଟର ମୂର୍ତ୍ତି, ୧୦ ମିନିଟ ପବନ ସହି ନ ପାରି ପଡିଗଲା

ରାଉରକେଲା:୫ ମାସ ତଳେ ନିର୍ମାଣ ହୋଇଥିଲା ୪୦ ଫୁଟର ପ୍ରତିମୂର୍ତ୍ତି । ଖର୍ଚ୍ଚ ହୋଇଥିଲା ୩୦ ଲକ୍ଷ । ସହି ପାରିଲାନି ସାମାନ୍ୟ ପବନ । ଓଲଟି ପଡ଼ିଲା । ରାଉରକେଲା ଏୟାରପୋର୍ଟ ପାଖରେ ବିଶ୍ୱକପ ହକି ପୂର୍ବରୁ ତିଆରି ହୋଇଥିଲା ହକି ଖେଳାଳିଙ୍କ ସୁଦୃଶ୍ୟ ପ୍ରତିମୂର୍ତ୍ତି । ଆଜି ପୂର୍ବାହ୍ନ ୧୧ଟାରେ ରାଉରକେଲାରେ ସାମାନ୍ୟ ବର୍ଷାପବନ ହୋଇଥିଲା । ଏହି ସାମାନ୍ୟ ବର୍ଷା ଓ ପବନରେ ପ୍ରତିମୂର୍ତ୍ତିଟି ଭାଙ୍ଗି ତଳେ ପଡିଥିବା ଦେଖିବାକୁ ମିଳିଥିଲା।

ଏହି ଘଟଣାରେ କେହି ମୃତାହତ ହୋଇ ନାହାନ୍ତି । ତେବେ କାହିଁକି ପ୍ରତିମୂର୍ତ୍ତିଟି ଓଲଟି ପଡିଲା ତାହା ଜଣାପଡିନି ।  ୫ ମାସ ପୂର୍ବରୁ ତିଆରି ହୋଇଥିବା ମୂର୍ତ୍ତି ଏପରି ଭାଙ୍ଗିଯିବା ଦେଖି ଏହାର ମାନ ଉପରେ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଲାେକେ । ଏପରିକି ନିମ୍ନମାନର କାମ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି ।

ସ୍ଥାନୀୟ ଲାେକଙ୍କ କହିବା ଅନୁଯାୟୀ, ୩୦  ଲକ୍ଷ ଟଙ୍କା ବ୍ୟୟରେ ତିଆରି ହୋଇଥିଲା । ହେଲେ ୧୦ ମିନିଟ ପବନ ସହି ପାରିଲାନି । ସହରର ସୗେନ୍ଦର୍ଯ୍ୟକରଣ ପାଇଁ ଏହି ପ୍ରତିମୂର୍ତ୍ତି ନିର୍ମାଣ ବ୍ୟତୀତ ୧୬ ଲକ୍ଷ ଟଙ୍କା ବ୍ୟୟ କରାଯାଇଥିଲା ।  ସହରବାସୀ ଏଠାକୁ ସାଂନ୍ଧ୍ୟ ଭ୍ରମଣରେ ଆସୁଥିଲେ।

 

 

 

Leave A Reply

Your email address will not be published.