ବାଲୁଗାଁ : ସାମୁଦ୍ରିକ ଝଡ଼ ‘ଫନି’କୁ ଦୃଷ୍ଟିରେ ରଖି ଚିଲିକାରେ ମୋଟରବୋଟ୍ ଆସୋସିଏସନ୍ ପକ୍ଷରୁ ଆଗାମୀ ମେ’ ମାସ ୧ ରୁ ପ୍ରାୟ ୫ ଦିନ ଯାଏଁ ଡଙ୍ଗା ଚଳାଚଳକୁ ନିଷିଦ୍ଧ କରିବା ଲାଗି ନିଷ୍ପତ୍ତି ନେଇଛି ।
ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ଯାଇ କାଳିଜାଇ ମୋଟର ବୋଟ୍ ଆସୋସିଏସନ ମେ’ ମାସ ୧ରୁ ୫ ତାରିଖ ମଧ୍ୟରେ ଚିଲିକାରେ ମାଛମରା ଲାଗି ଅନୁମତି ଦିଆଯିବ ନାହିଁ । ଏନେଇ ଡଙ୍ଗା ମାଲିକଙ୍କୁ ସଂଘ ପକ୍ଷରୁ ନୋଟିସ ଜାରି କରାଯାଇଛି । ଏପରିକି ଏହି ସମୟ ମଧ୍ୟରେ ପର୍ଯ୍ୟଟକମାନେ ମଧ୍ୟ ଚିଲିକାରେ ବୁଲିପାରିବେ ନାହିଁ ।
ଆହୁରି ମଧ୍ୟ ଜାରି ନୋଟିସ୍ ଅନୁଯାୟୀ ମେ’ ମାସ ୧ ତାରିଖ ସକାଳ ସୁଦ୍ଧା ସମସ୍ତ ଡଙ୍ଗା ଓ ବୋଟ ଚିଲିକା ଉପରକୁ ଉଠିବ।
Comments are closed.