Latest Odisha News

ଓଡ଼ିଶାକୁ ନାହିଁ ବାତ୍ୟା ବିପଦ ! ପଶ୍ଚିମବଙ୍ଗ-ବାଂଲାଦେଶ ମୁହାଁ ହେବ ‘ସିତ୍ରଙ୍ଗ’

ଭୁବନେଶ୍ୱର: ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଥିବା ବେଳେ ବାତ୍ୟାର ରୂପ ନେଲେ କେଉଁଆଡ଼େ ମୁହାଁଇବ । ଏନେଇ ଆକଳନ କରିଛି ପାଣିପାଗ ବିଭାଗ । ଉତ୍ତର-ଆଣ୍ଡାମାନ ସାଗର ତତସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣପୂର୍ବ ସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଆହୁରି ଘନୀଭୂତ ହେବ ।

ପୂର୍ବକେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ୨୨ ତାରିଖ ବେଳକୁ ଏକ ଅବପାତ ଏବଂ ୨୩ ତାରିଖ ବେଳକୁ ଗଭୀର ଅବପାତରେ ପରିଣତ ହୋଇ ଉତ୍ତରଦିଗକୁ ରିକର୍ଭ କରିବ । ପଶ୍ଚିମକେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ୨୪ ତାରିଖ ବେଳକୁ ବାତ୍ୟାରେ ପରିଣତ ହେବ ।

ଏହା ପରେ ବାତ୍ୟା କ୍ରମଶଃ ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରି ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ୨୫ ତାରିଖରେ ଛୁଇଁବ । ବାତ୍ୟା ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିବା ସମ୍ଭାବନା ନଥିବା କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

ବାତ୍ୟାର ସବୁଠୁ ଅଧିକ ପ୍ରଭାବ ପଶ୍ଚିମବଙ୍ଗ ଉପରେ ପଡ଼ିପାରେ । ପ୍ରଭାବରେ ଓଡ଼ିଶା ଉପକୂଳ ଅଞ୍ଚଳରେ ୨୪ ଓ ୨୫ ତାରିଖରେ ବର୍ଷା ହେବ । ୨୧ ତାରିଖ ପାଖରୁ ସମୁଦ୍ର ଅଶାନ୍ତ ରହିବ । ୨୩ ତାରିଖରୁ ପବନର ବେଗ ବଢ଼ିବ ବୋଲି କହିଛନ୍ତି ଆଇଏମଡି ଡିଜି ।

Leave A Reply

Your email address will not be published.