Latest Odisha News

ଥାଲେସେମିଆ ରୋଗରେ ପୀଡ଼ିତ ୨ବର୍ଷର ଶିଶୁ, ଚିକିତ୍ସା ପାଇଁ ଦରକାର ୪୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା

ନବରଙ୍ଗପୁର : ଦୁଇ ବର୍ଷର ଶିଶୁ ଥାଲେସେମିଆ ରୋଗରେ ପୀଡ଼ିତ  । ଏ ହେଉଛନ୍ତି  ନବରଙ୍ଗପୁର ସହର ମହିମାନଗରର  ରଶ୍ମିରଞ୍ଜନ ମିଶ୍ର ଓ ପୂଜା ପଣ୍ଡାଙ୍କ ଏକ ମାତ୍ର ପୁଅ ସ୍ୱରୂପ ମିଶ୍ର। ସ୍ୱରୂପଙ୍କୁ ଯେତେବେଳେ ଥାଲେସେମିଆ ରୋଗ ହୋଇଥିବା କଥା ଜଣାପଡ଼ିଥିଲା ତାଙ୍କ ବାପା ମାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା  । ଆଉ ସେବେଠୁ ଉଭୟଙ୍କ ଜୀବନରେ ଆରମ୍ଭ ହୋଇଥିଲା ସ୍ବରୂପଙ୍କୁ ବଞ୍ଚାଇବାର ସଂଘର୍ଷ  ।

ପରିବାର ଲୋକଙ୍କର ସବୁ ଖୁସି ଧିରେ ଧିରେ ହଜିବାକୁ ଲାଗିଥିଲା। ସତେଯେପରି ମେଡିକାଲ ଓ ମନ୍ଦିର ପିଣ୍ଡାକୁ ଏକାକାର କରିଦେଇଛନ୍ତି ପରିବାର। ଯିଏ ଯେଉଁଠି କହିଲା ସ୍ୱରୂପ ଭଲ ହୋଇଯିବ ସେହି ବିଶ୍ୱାସ ନେଇ ସେଠାକୁ ଗଲେ, ଏହିଭଳି ପରିବାରର ଭବିଷ୍ୟତ ପାଇଁ ସଞ୍ଚୟ କରିଥିବା ଜମା ପୁଞ୍ଜି ସବୁ ସରିଗଲା  । ଶେଷରେ ଯେତେବେଳେ ବେଙ୍ଗାଲୁରୁର ଏକ ଘରୋଇ ମେଡିକାଲର ଡ଼ାକ୍ତର ସ୍ୱରୂପର ବୋନମେରୋ ଟ୍ରାନ୍ସପ୍ଲାଣ୍ଟ କଲେ ଭଲ ହୋଇଯିବା କଥା ଶୁଣିଲେ ସେତେବେଳ ତାଙ୍କୁ ଟିକିଏ ଆଶ୍ବସ୍ଥି ମିଳିଥିଲା  ।  କିନ୍ତୁ ଏହି ଚିକିତ୍ସା ପାଇଁ ୪୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଆବଶ୍ୟକ । ଯାହା ସୂରୁପଙ୍କ ପରିବାର ଲୋକେ ଖର୍ଚ୍ଚ କରିବା ପାଇଁ ଅସମର୍ଥ । ସୂରୁପଙ୍କ ବାପା ମା କିଭଳି ଏତେ ଟଙ୍କା ଯୋଗାଡ଼ କରିବେ ତାହା ତାଙ୍କୁ ଚିନ୍ତାରେ ପକାଇଛି ।

ଏନେଇ ପରିବାର ଲୋକ ସରକାରଙ୍କ ଠାରୁ ଆରମ୍ଭ କରି ଅନୁଷ୍ଠାନ,କୌଣସି ସଂସ୍ଥା କିମ୍ବା ବୈଦାନ୍ୟ ବ୍ୟକ୍ତି ସ୍ୱରୂପର ଅସ୍ତ୍ର ଉପଚାର ପାଇଁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ନିବେଦନ କରିଛନ୍ତି।ହସ ଖୁସିରେ ଖେଳୁଥିବା ଏହି ନିଷ୍ପାପ ଶିଶୁଟି ଜାଣିନାହିଁ ସେ କେଉଁ ମାରାତ୍ମକ ରୋଗ ରେ ଆକ୍ରାନ୍ତ । ତେବେ ଏହି କୁନି ଓଠରେ ଫୁଟି ଉଠୁଥିବା ଏହି ହସ ପାଇଁ ରହିଛି ସମସ୍ତ ଙ୍କ ସାହାଯ୍ୟ ଓ ସହଯୋଗର ଆବଶ୍ୟକତା । ଏଥିପାଇଁ ପରିବାର ଲୋକ ସାହାଯ୍ୟ କରିବା ପାଇଁ ନିବେଦନ କରିଛନ୍ତି ।

Leave A Reply

Your email address will not be published.