Latest Odisha News

ବାତ୍ୟା ତାଉ’ତେ; ମୁମ୍ବାଇର ବାନ୍ଦ୍ରା-ୱର୍ଲି ସି ଲିଙ୍କ୍‌ ମେ ୧୬ ଯାଏ ବନ୍ଦ

ମୁମ୍ବାଇ: ସୂଚନା ଅନୁଯାୟୀ ମୁମ୍ବାଇରେ ବାତ୍ୟା ତାଉ’ତେ ପ୍ରଭାବର ଆଶଙ୍କା ନେଇ ବିଏମସି କରୋନା ଟିକାକରଣ ଅଭିଯାନକୁ ସ୍ଥଗିତ ରଖିଛି। ମେ ୧୫ ଏବଂ ୧୬ ରେ ସରକାରୀ ଟିକାକରଣ କେନ୍ଦ୍ର ବନ୍ଦ ରହିବ।

“୨ରୁ୩ ଟି ବେସରକାରୀ କେନ୍ଦ୍ର ସେମାନଙ୍କ ଟିକାକରଣ ଜାରି ରଖିଛନ୍ତି କିନ୍ତୁ ଆଜି ଏବଂ ଆସନ୍ତାକାଲି ଟିକାକରଣ ପାଇଁ ସମସ୍ତ ସରକାରୀ କେନ୍ଦ୍ର ବନ୍ଦ ରହିବ।

ବରିଷ୍ଠ ନାଗରିକଙ୍କ ଅସୁବିଧାକୁ ଏଡାଇବା ପାଇଁ ତଥା ଏହି ଘୂର୍ଣ୍ଣିବଳୟ ଯୋଗୁଁ ସହରରେ ବର୍ଷା ହେବାର ଆଶଙ୍କା ଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଅତିରିକ୍ତ ମ୍ୟୁନିସିପାଲିଟି କମିଶନର କହିଛନ୍ତି।

ସୂଚନାଯୋଗ୍ୟ ଜରୁରୀକାଳୀନ ଉଦ୍ଧାର ପାଇଁ ବିଭିନ୍ନ ସମୁଦ୍ର କୂଳରେ ପ୍ରାୟ ୧୦୦ ଲାଇଫଗାର୍ଡ ରଖାଯାଇଛି। ଅଗ୍ନିଶମ ବାହିନୀ ଦଳ ମଧ୍ୟ ସଜାଗ ରହିଛନ୍ତି। ଆଜି ଏବଂ ଆସନ୍ତାକାଲି ପାଇଁ ବାନ୍ଦ୍ରା-ୱର୍ଲି ସି ଲିଙ୍କ ବନ୍ଦ ରହିବ।

Comments are closed.