Latest Odisha News

BREAKING NEWS

ଘଣ୍ଟା ପ୍ରତି ୧୫ କିମି ବେଗରେ ଆଗକୁ ବଢ଼ୁଛି ବାତ୍ୟା ‘ୟାସ୍’, ବଢ଼ୁଛି ପବନ ସହ ବର୍ଷାର ପରିମାଣ

ଭୁବନେଶ୍ୱର: ସ୍ଥଳଭାଗ ମୁହାଁ ବାତ୍ୟା ‘ୟାସ୍’ । ବଙ୍ଗୋପସାଗରରେ ବଳ ଗୋଟାଇ ବିଗତ ୬ ଘଣ୍ଟା ହେଲା ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଉତ୍ତର- ଉତ୍ତରପଶ୍ଚିମ ଦିଗରେ ଅଗ୍ରସର ହେଉଛି । ଏବେ ବାତ୍ୟା ‘ୟାସ୍’ କେନ୍ଦ୍ରସ୍ଥଳରେ ଘଣ୍ଟାପ୍ରତି ୧୩୦ରୁ ୧୪୦ କିଲୋମିଟର ବେଗରେ ପବନ ବହୁଥିବା ବେଳେ ଝଟକା ପବନର ବେଗ ଘଣ୍ଟାପ୍ରତି ୧୫୫ କିଲୋମିଟର ରହିଛି ।

ବାତ୍ୟା ‘ୟାସ୍’ ପୂର୍ବ ଦିଗରେ ଧାମରା ଠାରୁ ୬୦ କିଲୋମିଟର ଦୂରରେ ଥିବା ବେଳେ ପୂର୍ବ-ଉତ୍ତରପୂର୍ବ ଦିଗରେ ପାରାଦୀପ ଠାରୁ ୯୦ କିଲୋମିଟର ଏବଂ ବାଲେଶ୍ୱରରୁ ଦକ୍ଷିଣ-ଦକ୍ଷିଣ ପୂର୍ବରେ ୧୦୫ କିଲୋମିଟର ଦୂରରେ ରହିଛି । ଏସଆରସ୍ ପ୍ରଦୀପ ଜେନା ଦେଇଥିବା ସୂଚନା ଅନୁସାରେ, ‘ୟାସ୍’ର ପବନର ବେଗ ଘଣ୍ଟାପ୍ରତି ୧୩୦ କିଲୋମିଟର ରହିଛି । ଭୋରରୁ ବାତ୍ୟା ସ୍ଥଳଭାଗ ଛୁଇଁବା କୁହାଯାଉଥିଲେ ହେଁ ଏହା ବିଳମ୍ବ ହେବ ବୋଲି ଜଣାପଡ଼ିଛି । ଦିନ ପ୍ରାୟ ୧୦ରୁ ୧୧ଟା ସମୟ ମଧ୍ୟରେ ଆରମ୍ଭ ହେବ ବୋଲି ଜଣାପଡ଼ିଛି ।

ବାସୁଦେବପୁର-ବାହାନଗା ଅଞ୍ଚଳର (ଟିକିଏ ଉତ୍ତର/ଦକ୍ଷିଣ ପଟ)ରେ ଅତି ଭୀଷଣ ବାତ୍ୟା ‘ୟାସ୍’ ମାଡ଼ ହେବ ବୋଲି ଏସଆରସି ସୂଚନା ଦେଇଛନ୍ତି । ଲ୍ୟାଣ୍ଡଫଲ୍ ସମୟରେ କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ଉପକୂଳ ଅଞ୍ଚଳରେ ପବନର ବେଗ ଘଣ୍ଟାପ୍ରତି ୧୩୦ରୁ ୧୪୦ କିଲୋମିଟର ରହିବ ଏଥିସହ ଝକଟା ପବନର ବେଗ ୧୫୫ ଘଣ୍ଟାପ୍ରତି ୧୫୫ କିଲୋମିଟର ରହିପାରେ ।

ବାତ୍ୟା ‘ୟାସ୍’ ଧାମରା ନିକଟବର୍ତ୍ତୀ ହେଲେ ଲ୍ୟାଣ୍ଡଫଲ୍ ଆରମ୍ଭ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍.ଆର୍ ବିଶ୍ୱାସ କହିଛନ୍ତି । ଦିନ ୧୦ଟା ପରେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବ । ଏବେ ପାରାଦୀପରେ ସବୁଠୁ ଅଧିକ ୧୨୦ ମିଲିମିଟରରୁ ଅଧିକ ବର୍ଷା ହୋଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.