Latest Odisha News

BREAKING NEWS

ସିବିଆଇର ନୂଆ ନିର୍ଦ୍ଦେଶକ ହେଲେ ଆଇପିଏସ୍ ସୁବୋଧ ଜୈସୱାଲ୍, ୨ ବର୍ଷ ରହିବ କାର୍ଯ୍ୟକାଳ

ନୂଆଦିଲ୍ଲୀ: ୧୯୮୫ ବ୍ୟାଚର ମହାରାଷ୍ଟ୍ର କ୍ୟାଡର ଆଇପିଏସ୍ ସୁବୋଧ ଜୈସୱାଲଙ୍କୁ ସିବିଆଇର ନୂଆ ନିର୍ଦ୍ଦେଶକ ଭାବେ କେନ୍ଦ୍ର ସରକାର ନିଯୁକ୍ତ କରିଛନ୍ତି । ସୁବୋଧ ସିବିଆଇର ମୁଖ୍ୟ ଭାବେ ୨ ବର୍ଷ ଧରି କାର୍ଯ୍ୟ କରିବେ । ଏବେ ସୁବୋଧ ଜୈସୱାଲ୍ ସିଆଇଏସ୍ଏଫର ଡିଜି ଅଛନ୍ତି ।

ସିବିଆଇ ମୁଖ୍ୟ ଆଲୋକ ବର୍ମା ଓ ଡେପୁଟି ମୁଖ୍ୟ ରାକେଶ ଆସ୍ଥାନାଙ୍କ ମଧ୍ୟରେ ବିବାଦ ପରେ ଗତବର୍ଷ ଫେବ୍ରୁଆରୀରୁ ଏହି ପଦ ଖାଲି ପଡ଼ିଥିଲା । ନୂଆ ସିବିଆଇ ମୁଖ୍ୟ ନିଯୁକ୍ତ ନେଇ ସୋମବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ବୈଠକରେ କମିଟି ସଦସ୍ୟ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ.ଭି. ରମଣା ଓ ଲୋକସଭାରେ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ସାମିଲ୍ ଥିଲେ ।

ବୈଠକରେ ୧୯୮୫ ବ୍ୟାଚର ଆଇପିଏସ୍ ସୁବୋଧଙ୍କ ସହ କୁମାର ରାଜେଶ ଚନ୍ଦ୍ରାଙ୍କ ନାଁ ଉପରେ ଚର୍ଚ୍ଚା ହୋଇଥିଲା । ସର୍ବସମ୍ମତି କ୍ରମେ ସୁବୋଧ ଜୈସୱାଲଙ୍କୁ ସିବିଆଇ ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି । ସୁବୋଧ ମହାରାଷ୍ଟ୍ର ଡିଜିପି, ମୁମ୍ବାଇ ପୋଲିସ କମିଶନର, ମହାରାଷ୍ଟ୍ର ଏଟିଏସ୍ ମୁଖ୍ୟ ଭାବେ କାର୍ଯ୍ୟ କରି ସାରିଛନ୍ତି ।

Leave A Reply

Your email address will not be published.