Latest Odisha News

BREAKING NEWS

ପରଦାକୁ ଆସିଲା ସଲମାନଙ୍କ ‘ଦବଙ୍ଗ ୩’

ମୁମ୍ବାଇ: ଆଜି ମୁକ୍ତିଲାଭ କଲା ବଲିଉଡର ଆଗଧାଡ଼ିର ନାୟକ ସଲମାନ ଓ ନାୟିକା ସୋନାକ୍ଷୀ ସିହ୍ନାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଦବଙ୍ଗ-୩’।

ସଲମାନ ଚଳଚ୍ଚିତ୍ରର ମୁଖ୍ୟ ଭୂମିକା ଚୁଲବୁଲ ପାଣ୍ଡେ ଚରିତ୍ରରେ ନଜର ଆସିଛନ୍ତି। ସଲମାନଙ୍କ ସହ ସାଇ ମଞ୍ଜରେକର୍, ଅରବାଜ୍ ଖାନ୍ ଓ ସୁଦୀପ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି।

‘ଦବଙ୍ଗ-୩’ ହିନ୍ଦୀ, ତାମିଲ୍, ତେଲ୍ଗୁ ଓ କନ୍ନଡ ଭାଷାରେ ରିଲିଜ୍ ହେଉଛି।

‘ଦବଙ୍ଗ-୩’ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ପ୍ରଭୁଦେବା ସମ୍ଭାଳି ଥିବାବେଳେ, ଏହାର ପ୍ରଯୋଜନା ଦେଇଛନ୍ତି ସଲମାନ୍ ଖାନ୍, ଅରବାଜ୍ ଖାନ୍ ଓ ନିଖିଲ ଦ୍ବିବେଦୀ ।

ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସାଜିଦ୍-ୱାଜିଦ୍ । ଏଥିରେ ଥିବା ମୁନ୍ନା ବଦନାମ୍ ହୁଆ ଗୀତଟି ବେଶ୍ ଲୋକପ୍ରିୟ ହୋଇଛି।

ପ୍ରଥଦିନରେ ସେନିମାଟିକୁ ଦେଖିବା ପାଇଁ ହଲ ଗୁଡିକରେ ଦର୍ଶକଙ୍କା ବେଶ୍ ଭିଡ଼ ପରିଲିକ୍ଷିତ ହୋଇଥିଲା । ସିନେ ସମୀକ୍ଷକଙ୍କ ମତରେ ‘ଦବଙ୍ଗ’ ଓ ‘ଦବଙ୍ଗ୨’ ଭଳି ‘ଦବଙ୍ଗ-୩’ ମଧ୍ୟ ବକ୍ସ ଅଫିସର ଧମାଲ କରିବ ।

Leave A Reply

Your email address will not be published.