Latest Odisha News

ଫ୍ରାନ୍ସଠୁ ଆଉ ୨୬ଟି ରାଫେଲ୍ କିଣିବ ଭାରତ, ନୌସେନାରେ ହେବ ସାମିଲ୍

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ବସିଥିବା ରକ୍ଷା ଅଧିଗ୍ରହଣ ପରିଷଦ ୩ଟି ପ୍ରସ୍ତାବକୁ ଅନୁମୋଦନ କରିଛି । ଫାନ୍ସ ଠାରୁ ଭାରତୀୟ ସେନା ଲାଗି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସଂଯୁକ୍ତ ୨୬ଟି ରାଫେଲ୍ କିଣାଯିବ । ଯେଉଁଥିପାଇଁ କ୍ରିଉ ଟ୍ରେନିଂ ଓ ଲଜିଷ୍ଟିକ୍ ସହାୟତା ଯୋଗାଇବ ନୌସେନା ।

ଏଥିସହ ୩ଟି ସ୍କୋର୍ପେନ୍ ସବମେରାଇନ୍ (ବୁଡ଼ାଜାହାଜ) କିଣିବା ଲାଗି ନିଷ୍ପତ୍ତି ହୋଇଛି । ଯାହାକୁ ମାଜାଗନ ଡକ୍ ସିପବିଲ୍ଡର୍ସ ଲିମିଟେଡ୍ ତିଆରି କରିବ । ଏଥିରେ ସ୍ୱଦେଶୀ ଜ୍ଞାନକୌଶଳର ଉପଯୋଗ କରାଯିବ । ଏହାଦ୍ୱାରା ଘରୋଇ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ଆତ୍ମନିର୍ଭର ଭାରତ ଅଧିନରେ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ଲାଗି ରକ୍ଷା ଅଧିଗ୍ରହଣ ପରିଷଦ ନିଷ୍ପତ୍ତି ଗ୍ରହଣ କରିଛି । ସମସ୍ତ କ୍ଷେତ୍ରରେ ସ୍ୱଦେଶୀ ନିର୍ମାଣ ପାଇଁ ଗାଇଡଲାଇନ୍ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି ରକ୍ଷା ଅଧିଗ୍ରହଣ ପରିଷଦ ।

Leave A Reply

Your email address will not be published.