Latest Odisha News

BREAKING NEWS

ଏଲନ ମସ୍କ ଲଞ୍ଚ କଲେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କମ୍ପାନୀ: ଓପେନ ଏଆଇ, ଗୁଗୁଲକୁ ଦେବ ଚାଲେଞ୍ଜ

ୱାଶିଂଟନ: ଏଲନ ମସ୍କ ଲଞ୍ଚ କଲେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କମ୍ପାନୀ xAI । ଏଲନ ମସ୍କଙ୍କ ଏହି ନୂଆ କମ୍ପାନୀ OpenAI ଏବଂ ଗୁଗୁଲକୁ ଦେବ ଟକ୍କର । ଏଥିସହିତ ଏଲନ ମସ୍କ ChatGPTର  ଦାୟିତ୍ୱବୋଧ ପ୍ରତି ପ୍ରଶ୍ନ ଉଠାଇଛନ୍ତି । ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ମଧ୍ୟ ଅଭିଯୋଗ ଆଣିଛନ୍ତି  ମସ୍କ।

AI ୱେବସାଇଟ ଅନୁଯାୟୀ, ଟେସ୍ଲା ମାଲିକ ଏଲନ ମସ୍କ xAI କମ୍ପାନୀକୁ ଅନ୍ୟ କମ୍ପାନୀଠାରୁ ଅଲଗା ରଖିବେ । ହେଲେ ଏହି କମ୍ପାନୀର ଟେକନୋଲଜିରୁ ଟୁଇଟର ସହିତ ଅନ୍ୟ ବ୍ୟବସାୟକୁ ଫାଇଦା ମିଳିବ । ଏହି ୱେବସାଇଟ କହିବା ଅନୁଯାୟୀ,  xAIର ଲକ୍ଷ୍ୟ ବ୍ରହ୍ମାଣ୍ଡକୁ ବାସ୍ତବିକ ରୂପରେ ବୁଝିବା ।

ଏଲନ ମସ୍କ ମଧ୍ୟ ଟୁଇଟ କରି କହିଛନ୍ତି, xAI କମ୍ପାନୀର ଉଦ୍ଦେଶ୍ୟ ହେଉଛି ବାସ୍ତବିକତାକୁ ବୁଝିବା । ଜୀବନ ସାମ୍ନା କରୁଥିବା ବଡ ବଡ ପ୍ରଶ୍ନର ଉତ୍ତର ଖୋଜିବା । ଏହି ଷ୍ଟାର୍ଟ ଅପରେ OpenAI, Google DeepMind, Tesla  ଟରଣ୍ଟୋ ବିଶ୍ୱ ବିଦ୍ୟାଳୟର ପୂର୍ବ ଗବେଷକମାନଙ୍କୁ ସାମିଲ କରାଯାଇଛି ।

ଡୈନ ହେଣ୍ଡିକ୍ସ ଏହି ଟିମର ପରାମର୍ଶଦାତା ଅଛନ୍ତି । ସେ ଏବେ ସାନଫ୍ରାନସିସକୋସ୍ଥିତ ସେଣ୍ଟର ଏଆଇ ସେଫ୍ଟି ଦାୟିତ୍ୱରେ ଅଛନ୍ତି । ସେଣ୍ଟର ଏଆଇ ସେଫ୍ଟି ଆରମ୍ଭରୁ ତରବରିଆ ଭାବେ ଏଆଇ ବିକାଶକୁ ନେଇ ପୂର୍ବରୁ  ଚେତାବନୀ ଦେଇ ଆସୁଛି ।  ହେଣ୍ଡିକ୍ସ ଜୁନରେ ଏକ ଖୋଲା ଚିଠି ଲେଖି ସାରା ବିଶ୍ୱକୁ ଚେତାଇ ଦେଇଥିଲେ । ସେ କହିଥିଲେ ଏଆଇ ମଣିଷ ସମାଜ ପାଇଁ କୌଣସି ମହାମାରୀ କିମ୍ବା ପରମାଣୁ ଯୁଦ୍ଧ ପରି ଭୟଙ୍କର ହେବ ।

ଏଲନ ମସ୍କ ମଧ୍ୟ ଏଆଇ ସହ ସମ୍ବନ୍ଧିତ ବିପଦ ବିଷୟରେ ବାରମ୍ବାର ଚେତାବନୀ ଦେଇ ଆସୁଛନ୍ତି ।  ଏହା ଆମର ଅସ୍ତିତ୍ୱ ପାଇଁ ସବୁଠାରୁ ବଡ ବିପଦ ବୋଲି ସେ କହିଛନ୍ତି । ସେ କହିଛନ୍ତି ଏହି ଦିଗରେ ଦ୍ରୁତଗତିରେ ଆଗକୁ ଯିବାର ଅର୍ଥ ‘ଆ ବଦଳ ମୋତେ ମାର‘ ପରି ହେବ ।

Leave A Reply

Your email address will not be published.