Latest Odisha News

BREAKING NEWS

‘ଜବାନ’ ପାଇଁ ଶାହାରୁଖାନ-ନୟନତାରାଙ୍କୁ ଦାଦାସାହେବ ଫାଲକେ ଆଓ୍ବାର୍ଡ, ଜାଣନ୍ତୁ ଆଉ କେଉଁ ମାନେ ପାଇଲେ…

ମୁମ୍ବାଇ: ଦାଦାସାହେବ ଫାଲକେ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ପୁରସ୍କାର ୨୦୨୪ । ଦେଶର ଅନ୍ୟତମ ସମ୍ମାନଜନକ ପୁରସ୍କାର ମଧ୍ୟରୁ ଦାଦାସାହେବ ଫାଲକେ ଅନ୍ତର୍ଜାତୀୟ ପୁରସ୍କାର ଗୋଟିଏ । ମଙ୍ଗଳବାର ସନ୍ଧ୍ୟାରେ ମୁମ୍ବାଇର ତାଜ୍ ଲ୍ୟାଣ୍ଡସ ଏଣ୍ଡରେ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ । ଯେଉଁଠାରେ ଶାହରୁଖ ଖାନ, ବବି ଦେଓଲ, ନୟନତାରା, କରୀନା କପୁର ଖାନ, ସୁନୀଲ ଗ୍ରୋଭର, ଆଦିତ୍ୟ ରାୟ କାପୁର, ଅନିଲ କପୁର, ସହିଦ କପୁର, ବିକ୍ରାନ୍ତ ମେସି, ଏଟଲି, ରାନୀ ମୁଖାର୍ଜୀ ଏବଂ ଅନେକ ସେଲିବ୍ରିଟି ଯୋଗଦେଇଥିଲେ ।

ଶ୍ରେଷ୍ଠ ଅଭିନେତା ଭାବେ ଦାଦାସାହେବ ଫାଲକେ ଅନ୍ତର୍ଜାତୀୟ ପୁରସ୍କାର ବିଜେତା ହୋଇଛନ୍ତି ଶାହାରୁଖ ଖାନ । ଫିଲ୍ମ ‘ଜବାନ’ ପାଇଁ କିଙ୍ଗ ଖାନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାରରେ ସମ୍ମାନିତ କରାଯାଇଛି । ଶାହାରୁଖ ଖାନଙ୍କ ବ୍ୟତୀତ ନୟନତାରା ଫିଲ୍ମ ‘ଜବାନ’ରେ ମଧ୍ୟ ଅଭିନୟ କରିଥିଲେ, ଯେଉଁଥିପାଇଁ ସେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି ।

ସେହିପରି ଫିଲ୍ମ ‘ସାମ୍ ବାହାଦୂର’ ରେ ଅଭିନୟ କରିଥିବା ଭିକ୍କି କୌଶଲଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ଦାଦାସାହେବ ଫାଲକେ ପୁରସ୍କାର ପାଇଛନ୍ତି । ଏନେଇ ଅଭିନେତା ସୋସିଆଲ ମିଡିଆରେ ଏକ ଭିଡିଓ ମାଧ୍ୟମରେ ଏହି ପୁରସ୍କାର ଜିତିବାରେ ଖୁସି ବ୍ୟକ୍ତ କରିଛନ୍ତି । ‘ସାମ୍ ବାହାଦୂର’ ରେ ତାଙ୍କ କାମକୁ ନେଇ ତାଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ଘୋଷଣା କରିଥିବାରୁ ସେ ସମସ୍ତ ଜୁରି ମେମ୍ବରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ହେଲେ ବ୍ୟକ୍ତିଗତ କାରଣ ଯୋଗୁଁ ସେ ଆଓ୍ବାର୍ଡ ଶୋ’ ରେ ପହଞ୍ଚି ପାରିନଥିଲେ ।

ଅନ୍ୟପଟେ ଫିଲ୍ମ ‘ଆନିମଲ’ ପାଇଁ ବବି ଦେଓଲ୍ ଙ୍କୁ ନେଗେଟିଭ୍ ରୋଲ ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି । ଏହା ବ୍ୟତୀତ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ବାଙ୍ଗାଙ୍କୁ ‘ଆନିମଲ’ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାରରେ ସମ୍ମାନିତ କରାଯାଇଛି ।

Leave A Reply

Your email address will not be published.