Latest Odisha News

BREAKING NEWS

କବିତା : ତୁମକୁ ଯେ ପ୍ରେମ କରିବି

ମାନିଲି ଯେ କେବେ ନା କେବେ ଥରେ
ମରିବା ଦରକାର
ହେଲେ ସେଥିପାଇଁ ମୁଁ ଯେ ନିଜେ ନିଜକୁ ହାଣିବି
ତା’ ଜରୁରୀ ନୁହେଁ ।୧।

ମାନିଲି ଯେ ଗାଁରେ ଘର କରିଥିଲେ ବେଳେବେଳେ
ଭୋଟ ଦେବାକୁ ପଡ଼େ
ହେଲେ ସେଥିପାଇଁ ଯେ ଜିତିବାକୁ ଥିବା ଲୋକର ବୋତାମ ଚିପିବି
ତା’ ଜରୁରୀ ନୁହେଁ ।୨।

ମାନିଲି ଯେ କଦବାକ୍ୱଚିତ
ବ୍ରତ ଉପବାସ ରଖିବାକୁ ପଡ଼େ
ହେଲେ ସେଥିପାଇଁ କାର୍ତ୍ତିକରେ ଲକ୍ଷ୍ନୌରେ ଥିଲେ ବି ହବିଷ ଖାଇବି
ତା’ ଜରୁରୀ ନୁହେଁ ।୩।

ମାନିଲି ବନ୍ଧୁ ଯେ ଏ ସହରରେ
ତୁମଠୁଁ ସୁନ୍ଦର ଆଉ କେହି ନାହାନ୍ତି
ହେଲେ ମୋଠୁଁ ବଡ଼ ୱଫାଦାର ଯେ ପ୍ରେମୀ ଅଛନ୍ତି
ତା’ ଜରୁରୀ ନୁହେଁ ।୪।

ମାନିଲି ଯେ ଥରେ ହେଲେ ବି ଜୀବନରେ କାହାକୁ ଜଣେ
ଭଲ ପାଇବାକୁ ପଡ଼ିବ
ହେଲେ ସେଥିପାଇଁ ଶୈଲେନ ଯେ ତୁମକୁ ପ୍ରେମ କରିବ
ତା’ ଜରୁରୀ ନୁହେଁ ।୫।

 

Leave A Reply

Your email address will not be published.