Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ

 ଆଜିର ରାଶିଫଳ ତା ୮-୫-୨୦୨୧ ଶନିବାର

ଆଜି ଦିନର ମହତ୍ତ୍ଵ
ଆଜି ୨୦୨୧ ମସିହା ମଇ ତା ୮ ରିଖ ଶନିବାର ମେଷ ୨୫ ଦିନ ବୈଶାଖ ମାସ କୃଷ୍ଣପକ୍ଷ ଦ୍ୱାଦଶୀ ତିଥି ଉତ୍ତର ଭାଦ୍ର ନକ୍ଷତ୍ର ନକ୍ଷତ୍ର ମୀନ ଚନ୍ଦ୍ର
ଘାତ ବାର-: ବୃଷ, ସିଂହ ଓ କନ୍ୟା ରାଶିର
ଘାତ ଚନ୍ଦ୍ର-: ଧନୁ ରାଶି ପୁରୁଷ ଓ ତୁଳା ରାଶି ମହିଳାଙ୍କର
ଆଜିର ନିଷେଧ ଖାଦ୍ୟ-: ପୋଇ

ମେଷ
ପ୍ରତିବନ୍ଧକ କାରଣରୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିଯିବାର ଆଶଙ୍କା ରହିଛି। ନିଜ ବ୍ୟବହାର ପାଇଁ ନିକଟ ସମ୍ପର୍କୀୟମାନେ ଦୂରେଇଯାଇ ପାରନ୍ତି। ପାରିବାରିକ ମତାନ୍ତରକୁ ନେଇ ମନ ଭାରାକ୍ରାନ୍ତ ରହିବ। ଅପରାହ୍ନରେ କୋୖଣସି ଶୁଭ ଖବର ଶୁଣିପାରନ୍ତି।

ପ୍ରତିକାର- ଅଶୁଭତ୍ବକୁ ଖଣ୍ଡନ ପାଇଁ ଶୁଭ ଫଳ ପାଇବା ପାଇଁ ଗାୟତ୍ରୀ ମନ୍ତ୍ରକୁ ଦଶଥର ଜପ କରନ୍ତୁ

ବୃଷ
ପରିବାରରେ ଅପ୍ରିୟ ସତକଥା କହି ଦୋଷୀ ହେବାର ସମ୍ଭାବନା ରହିଛି ।ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢ଼ତାର ସହ ମୁକାବିଲା କରି ବିଜୟୀ ହେବେ।ପାରିବାରିକ ଓ ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ‌।ମାଲିମକଦ୍ଦମା ଓ ବିବାଦ ସମାଧାନ ହୋଇଯିବ। ନ୍ୟାୟ ଆପଣଙ୍କ ସପକ୍ଷରେ ଆସିବ ‌।

ପ୍ରତିକାର- ଅଶୁଭତ୍ବକୁ ଖଣ୍ଡନ ପାଇଁ ଶୁଭ ଫଳ ପାଇବା ପାଇଁ ନବ ଗ୍ରହ ସ୍ତୋତ୍ର ପାଠ କରନ୍ତୁ।

ମିଥୁନ
ଆଜି ଶାରୀରିକ ପୀଡ଼ା ଅନୁଭବ ହୋଇପାରେ। ନୂତନ ଗୃହ ନିର୍ମାଣ ପାଇଁ ମନ ବଳାଇବେ‌ ଓ ସେଥିରେ ସଫଳ ହେବେ ‌।ବନ୍ଧୁଙ୍କ ପରାମର୍ଶ ଅନୁଯାୟୀ କାର୍ଯ୍ୟ କରି ପ୍ରଶଂସିତ ହେବେ। ପାରିବାରିକ କ୍ଷେତ୍ରରେ ସାମାନ୍ୟ କଥାକୁ ନେଇ ମନାନ୍ତର ମତାନ୍ତର ଦେଖାଦେଇପାରେ।

ପ୍ରତିକାର- ଅଶୁଭତ୍ବକୁ ଖଣ୍ଡନ ପାଇଁ ଶୁଭ ଫଳ ପାଇବା ପାଇଁ ମା ଲକ୍ଷ୍ମୀଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶଥର ଜପ କରନ୍ତୁ ।

କର୍କଟ
ଆଜି ପରିବାରରେ ପିତା ମାତାଙ୍କ ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ଅସ୍ଥିରତା ଦେଖାଦେଇପାରେ।ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ ‌।କର୍ମକ୍ଷେତ୍ରରେ ପୂର୍ବର ସମସ୍ଯା ଦୂର ହୋଇଯିବ।ଦକ୍ଷତା ଓ ସଚ୍ଚୋଟତା ହେତୁ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।

ପ୍ରତିକାର- ଅଶୁଭତ୍ବକୁ ଖଣ୍ଡନ ପାଇଁ ଶୁଭ ଫଳ ପାଇବା ପାଇଁ ମହା ମୃତ୍ୟୁଞ୍ଜୟ ମନ୍ତ୍ରକୁ ଦଶଥର ଜପ କରନ୍ତୁ ।

ସିଂହ
ଆଜି ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି, ଭ୍ରମଣ ଯୋଗୁ କ୍ଳାନ୍ତି ଅନୁଭବ କରିବେ। କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ବନ୍ଧୁଙ୍କ ସହ ସାକ୍ଷାତ ହେବ କୈାଣସି ଶୁଭ ଖବର ଶୁଣିପାରନ୍ତି।
ସାହିତ୍ୟ ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିବେ।

ପ୍ରତିକାର- ଅଶୁଭତ୍ବକୁ ଖଣ୍ଡନ ପାଇଁ ଶୁଭ ଫଳ ପାଇବା ପାଇଁ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ ।

କନ୍ୟା
ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିବେ। ସନ୍ତାନ ସନ୍ତତିମାନେ ଆଜ୍ଞାଧୀନ ହେବେ। ସ୍ବାସ୍ଥ୍ୟରେ ଉନ୍ନତି ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆନନ୍ଦିତ ରହିବେ।ଖର୍ଚ୍ଚାଧିକ କାରଣରୁ ମନସ୍ତାପ ହୋଇପାରେ। ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ମଧ୍ୟମ ରହିବ।

ପ୍ରତିକାର- ଅଶୁଭତ୍ବକୁ ଖଣ୍ଡନ ପାଇଁ ଶୁଭ ଫଳ ପାଇବା ପାଇଁ ରାମ ରକ୍ଷା ସ୍ତୋତ୍ର ପାଠ କରନ୍ତୁ ।

ତୁଳା
ଆଜି ପରିସ୍ଥିତିରେ ପଡି ଖର୍ଚ୍ଚାନ୍ତ ହେବେ। ହାତକୁ ନେଇଥିବା ଯୋଜନାଗୁଡିକ ଠିକ୍‌ଭାବେ ସମ୍ପୂର୍ଣ୍ଣ ହେବା କଷ୍ଟକର ହୋଇପାରେ।ଦିନର ଦିତୀୟାର୍ଦ୍ଧରେ ସୃଷ୍ଟି ହୋଇଥିବା ସମସ୍ୟା ଆଜି ହଠାତ୍‌ ସମାଧାନ ହୋଇଯିବ। ଆନୁଷ୍ଠାନିକ କାର୍ଯ୍ୟରେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ।

ପ୍ରତିକାର- ଅଶୁଭତ୍ବକୁ ଖଣ୍ଡନ ପାଇଁ ଶୁଭ ଫଳ ପାଇବା ପାଇଁ ଶ୍ରୀସୁକ୍ତ ପାଠ କରନ୍ତୁ ।

ବିଛା
ଆଜି କୈାଣସି ଆନୁଷ୍ଠାନିକ କାର୍ଯ୍ୟରେ ଯୋଗଦାନ କରି ପ୍ରଶଂସିତ ହେବେ, ସାହାଯ୍ୟ ସହଯୋଗର ପାଇ ମନ ପ୍ରଫୁଲ୍ଲିତ ରହିବ। ମହିଳାମାନେ ଘରେ ବାହାରେ ସବୁଠି ଆଦର ସମ୍ମାନ ପାଇବେ। ବ୍ୟବସାୟ ପରିବହନ ପାଇଁ ଦିନଟି ଅନୁକୂଳ ରହିବ। ଛାତ୍ର ଛାତ୍ରୀମାନେ ସମସ୍ତ ଦିଗରେ ବିଜୟୀ ହେବେ।

ପ୍ରତିକାର- ଅଶୁଭତ୍ବକୁ ଖଣ୍ଡନ ପାଇଁ ଶୁଭ ଫଳ ପାଇବା ପାଇଁ ହନୁମାନ ଚାଳିଶା ପାଠ କରନ୍ତୁ

ଧନୁ
ଆଜି ଜଗିରଖି ଚଳନ୍ତୁ ବାଣିଜ୍ୟ, ବ୍ୟବସାୟରେ କ୍ଷତିର ଆଶଙ୍କା ରହିଛି। ବିବାଦୀୟ ଘଟଣାରେ ନୀରବତା ଅବଲମ୍ବନ କରିବା ବ୍ୟତୀତ କିଛି କରିପାରିବେ ନାହିଁ । ସମସ୍ୟା ସମାଧାନ ପାଇଁ କଚେରି ମାମଲାରେ ଆଇନଜ୍ଞଙ୍କ ପରାମର୍ଶ ପାଇଁ ଦୌଡିବାକୁ ପଡିପାରେ।ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ।

ପ୍ରତିକାର- ଅଶୁଭତ୍ବକୁ ଖଣ୍ଡନ ପାଇଁ ଶୁଭ ଫଳ ପାଇବା ପାଇଁ କୁଞ୍ଜିକା ସ୍ତୋତ୍ର ପାଠ କରନ୍ତୁ ।

ମକର
ଆଜି ଆପଣ ଭଲ କଥା କହିଲେ ମଧ୍ୟ ପରିବାରରେ ତାହାକୁ ଭୁଲ୍‌ ବିଚାର କରିପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଜଗିରଖି କାମ କରିବା ଓ କହିବା ଭଲ ହେବ ଅନ୍ୟଥା ଭୁଲ୍‌ ବୁଝାମଣା ସୃଷ୍ଟି ହୋଇପାରେ।ରାଜନୈତିକ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ ‌। ଶରିର ସୁସ୍ଥ ରହିବ, ସୁସ୍ବାଦୁ ଭୋଜନ ମିଳିବ।

ପ୍ରତିକାର- ଅଶୁଭତ୍ବକୁ ଖଣ୍ଡନ ପାଇଁ ଶୁଭ ଫଳ ପାଇବା ପାଇଁ ଦୁର୍ଗା ସପ୍ତଶ୍ଳୋକ ପାଠ କରନ୍ତୁ ।

କୁମ୍ଭ
ଆଜି କୌଣସି ଅଜଣା ବ୍ୟକ୍ତିଙ୍କ ସହାୟତାରୁ ଉପକୃତ ହେବେ। ନିଜର ଦକ୍ଷତା ଯୋଗ୍ୟତାକୁ ନେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। କ୍ରୀଡା କ୍ଷେତ୍ରରେ କ୍ରୀଡାବିତ୍ ମାନେ ବିଜୟୀ ହେବେ। ବହୁ ଦିନର ଆଶା ଅଭିଳାଷ ପୁରଣ ହେବ। ପିତା ମାତାଙ୍କ ସ୍ନେହ ଶ୍ରଦ୍ଧା ସହାନୁଭୂତି ଆଶ୍ରିର୍ବାଦ ମିଳିବ ‌‌।

ପ୍ରତିକାର- ଅଶୁଭତ୍ବକୁ ଖଣ୍ଡନ ପାଇଁ ଶୁଭ ଫଳ ପାଇବା ପାଇଁ ହନୁମାନ ଚାଳିଶା ପାଠ କରନ୍ତୁ ।

ମୀନ
ଆଜି ଆଶା ଆଶଙ୍କା ଦେଇ ଗତି କରିବେ,ପ୍ରତ୍ୟେକ କ୍ଷେତ୍ରରେ ବାଧା ବିଘ୍ନ ଦେଖାଦେଇପାରେ ‌। ଅତୀତ କଥାକୁ ନେଇ ଗୁଡାଏ ଚିନ୍ତାକରି ମନକୁ ଭାରାକ୍ରାନ୍ତ କରନ୍ତୁ ନାହିଁ। ନିଜ ଜୀବନ ସାଥୀର ଭରସା ଉତ୍ସାହ ପ୍ରେରଣା ଆପଣଙ୍କୁ ଅନେକାଂଶରେ ସଫଳତା ଆଣିଦେବ ‌।

ପ୍ରତିକାର- ଅଶୁଭତ୍ବକୁ ଖଣ୍ଡନ ପାଇଁ ଶୁଭ ଫଳ ପାଇବା ପାଇଁ ଶିବ ପଞ୍ଚାକ୍ଷର ମନ୍ତ୍ର ପାଠ କରନ୍ତୁ

ଜ୍ୟୋତିଷ ବାଣୀ-
ପାରିବାରିକ ସୁଖ ଶାନ୍ତି ଓ ମନୋବଳ ଦୃଢ଼ କରିବା ପାଇଁ ସରଳ ପ୍ରତିକାର।
ପ୍ରତ୍ୟେକ ଦିନ “ଭବାନୀ ସ୍ତୋତ୍ର”- ସକାଳେ କିମ୍ବା ସନ୍ଧ୍ୟାରେ ପାଠକରନ୍ତୁ । ଏହା ପାଠ କରିବା ଦ୍ୱାରା ମାନସିକ ସୁଖ ଶାନ୍ତି ଓ ମନୋବଳ ଦୃଢ଼ ହେବା ସହ ସମସ୍ତ କାର୍ଯ୍ୟରେ ସଫଳତା ହାସଲ କରିବେ।

ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର

Leave A Reply

Your email address will not be published.