କବିତା : ପାଗଳର ପ୍ରଳାପ

ବିଶ୍ୱଜିତ ସାହୁ 

ହଁ, ମୁଁ ନିଜ ଇଚ୍ଛାରେ ଆଦରି ନେଇଛି,
ଏଇ ଅନ୍ଧାର କୋଠରୀ,
ଏଇ ନୀରବତା,
ଏଇ ନିଶ୍ଚଳତା…

ଦିନେ ମୋର ବି ଇଚ୍ଛା ଥିଲା,
ଦେଖିବାକୁ ସ୍ବପ୍ନର ଇନ୍ଦ୍ରଧନୁ,
ଶୁଣିବାକୁ ପକ୍ଷୀଙ୍କ କୋଳାହଳ,
ହେଲେ ସବୁ ସ୍ବପ୍ନ ଆଜି ଧୂଳିସାତ,
ସବୁ ଆଶା ଆଜି ମୃତ..

ଏବେ କେବଳ ସାଥୀ,
ଏଇ ଅନ୍ଧାର କୋଠରୀ,
ଯେଉଁଠି କେବଳ ମୁଁ
ଏବଂ ମୋ ଅତୀତର ଧ୍ବଂସ ସ୍ତୁପ

ହଁ, ସମସ୍ତେ କହି ପାରନ୍ତି ମୁଁ ପାଗଳ,
ମୋତେ ପାଗଳ କରିବାରେ,
ସେମାନଙ୍କ ସମ୍ପୃକ୍ତିକୁ କ’ଣ ସେମାନେ ,
ସ୍ବୀକାର କରିପାରିବେ ସମ୍ବୁଖରେ ,
ଯାହାର ପ୍ରତ୍ୟୁତ୍ତର କେବଳ ‘ନା’ ।
ହେଲେ,ଏବେବି ଅପେକ୍ଷା କେବେ ଖୋଲିଯିବ,
ସେମାନଙ୍କ ଭଦ୍ରମୁଖା,
ଆଉ ପଦାରେ ପଡ଼ିବ,
ଦୋଷୀଙ୍କ ଅସଲ ଚେହେରା…

ଢେଙ୍କାନାଳ