Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ
ତା ୧୪-୨-୨୦୨୧ ରବିବାର

ଆଜି ଦିନର ମହତ୍ତ୍ଵ
ଆଜି ୨୦୨୧ ମସିହା ଫେବୃୟାରୀ ୧୪ ରିଖ ରବିବାର
କୁମ୍ଭ ୩ ଦିନ ମାଘ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥି ପୂର୍ବ ଭାଦ୍ର ନକ୍ଷତ୍ର କୁମ୍ଭ ଚନ୍ଦ୍ର ଦିନ ୧୦ଟା ୧୨ ମିନିଟ୍ ପର୍ଯ୍ୟନ୍ତ ତାପରେ ମୀନ ଚନ୍ଦ୍ର ଭୋଗ ହେବ
ଆଜିର ଘାତ ବାର- ମେଷ ରାଶିର
ଆଜିର ଘାତ ଚନ୍ଦ୍ର- ଧନୁ ରାଶି ପୁରୁଷ ଓ ତୁଳା ରାଶି ମହିଳାଙ୍କର
ଆଜିର ନିଷେଧ ଖାଦ୍ୟ-ପୋଟଳ

ମେଷ:
ଆଜି ଆପଣ ନିଜ ସାଙ୍ଗ ସାଙ୍ଗରେ କୌଣସି ମନୋମାଳିନ୍ୟ ହୋଇପାରେ। ପାରିବାରିକ ସମସ୍ୟାକୁ ନେଇ ଚିନ୍ତିତ ହେବେ ‌। ପ୍ରତି କ୍ଷେତ୍ରରେ ସତର୍କ ରହି କାର୍ଯ୍ୟ କରିବା ବୁଦ୍ଧିମାନର କାର୍ଯ୍ୟ ହେବ। ମହିଳାମାନେ ଗୃହ କର୍ମରେ ବ୍ୟସ୍ତ ରହିବେ।

ବୃଷ :
ଆଜି ଆପଣଙ୍କର କୌଣସି ପ୍ରିୟଜନ ସହିତ ସମ୍ପର୍କ ଖରାପ ହୋଇପାରେ । କ୍ରୋଧକୁ ନିୟନ୍ତ୍ରଣ ରଖନ୍ତୁ। ବ୍ୟବସାୟ ବାଣିଜ୍ୟରେ ଆୟ ବୃଦ୍ଧି ଘଟିବ। ବିଦ୍ୟାର୍ଥିମାନେ ପଢାପଢିରେ କୃତକାର୍ଯ୍ୟ ହେବେ।

ମିଥୁନ:
ଆଜି ଆପଣ ଖୁସି ମନେଇବାପାଇଁ କିମ୍ବା ବ୍ୟବସାୟ ଦୃଷ୍ଟିରୁ ବାହାରକୁ ଯାତ୍ରା କରିପାରନ୍ତି । କିନ୍ତୁ କୌଣସି ପ୍ରକାର ଅସୁବିଧା ସୃଷ୍ଟିହେବାର ସଂକେତ ଅଛି । ଯୋଜନାରେ କିଛି ବିଘ୍ନ ଘଟିପାରେ ଏବଂ ଆପଣ ଯୋଜନାର ପରିବର୍ତ୍ତନ କରିପାରନ୍ତି ।

କର୍କଟ :
ଆଜି ଆପଣ ଆପଣଙ୍କୁ ଅନେକ ଅଧିକାର ଓ କ୍ଷମତା ମିଳିବ । ଏଥିରେ ଆପଣଙ୍କୁ ବହୁତ ଆନନ୍ଦ ମିଳିବ । କ୍ରୀଡା କ୍ଷେତ୍ରରେ କ୍ରୀଡାବିତ୍ ମାନଙ୍କୁ ସଫଳତା ମିଳିବ।ମହିଳା ମାନେ ଜଗିରଖି ଚଳନ୍ତୁ ଦାମ୍ପତ୍ୟ ଜୀବନରେ ମନାନ୍ତର ମତାନ୍ତର ଦେଖାଦେଇପାରେ।

ସିଂହ :
ଆଜି ଆପଣଙ୍କ ଆତ୍ମିୟମାନେ ଆପଣଙ୍କୁ ସାହାଯ୍ୟ କରିବେ । ବ୍ୟବସାୟ ବାଣିଜ୍ୟରେ ଆୟ ବୃଦ୍ଧି ଘଟିବ।
ମହିଳାମାନେ ଗୃହ କର୍ମରେ ପ୍ରଶଂସନୀୟା ହେବେ ‌।ଛାତ୍ର ଛାତ୍ରୀ ମାନେ ବିଦ୍ୟାରେ ସଫଳତା ହାସଲ କରିବେ ଧର୍ମ ପତ୍ନୀଙ୍କ ଉତ୍ସାହ ପ୍ରେରଣା ଆପଣଙ୍କୁ ଅନେକାଂଶରେ ସଫଳତା ଆଣିଦେବ।‌

କନ୍ୟା :
ଆଜି କେହିଜଣେ ବ୍ୟକ୍ତି ଆପଣଙ୍କୁ ସାହାଯ୍ୟ ସହଯୋଗ ପ୍ରଦାନ କରିବ। ପାରିବାରିକ ଜୀବନ ସୁଖପ୍ରଦ ହେବ। ସାହିତ୍ୟ ସଙ୍ଗୀତ କ୍ଷେତ୍ରରେ ପ୍ରଶଂସିତହେବେ। ବିଦ୍ୟାର୍ଥିମାନେ ବିଦେଶ ଗସ୍ତରେ ଯାଇପାରନ୍ତି ‌।ଧର୍ମ ଦିଗରେ ମନୋନିବେଶ କରିବେ।

ତୁଳା:
ଆଜି ଧନଲାଭ ହେବା ସହ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।ଅପଣଙ୍କ ପ୍ରିୟଜନ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ । ନିଜର ଚ଼େଷ୍ଟା ବଳରେ କର୍ମ କ୍ଷେତ୍ରରେ ସଫଳତା ହାସଲ କରିବେ। ବ୍ୟବସାୟ ବାଣିଜ୍ୟରେ ଆୟ ବୃଦ୍ଧି ଘଟିବ।

ବିଛା:
ଆଜି ଆପଣ କୌଣସି ସମସ୍ୟାକୁ ନେଇ ଚିନ୍ତିତ ରହିବେ ସନ୍ତାନମାନେ ଆଜ୍ଞାଧୀନ ହେବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। କୋୖଣସି ଅନୁଷ୍ଠାନ ତରଫରୁ ସମ୍ମାନୀତ ହୋଇପାରନ୍ତି ‌। ମହିଳାମାନେ ଆଜି ଆତ୍ମସମୀକ୍ଷା କରିବେ।

ଧନୁ:
ଆଜି ଆପଣଙ୍କୁ ସୁସ୍ବାଦୁ ଭୋଜନ ମିଳିବ। ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି। ବହୁ ପ୍ରତୀକ୍ଷିତ ଶୁଭ ଖବର ପାଇ ଆନନ୍ଦିତ ହେବେ। ଘନିଷ୍ଠ ବନ୍ଧୁମାନଙ୍କ ସହ ମିଳାମିଶା କରିବାର ସୁଯୋଗ ମିଳିବ। ବ୍ୟବସାୟ ବାଣିଜ୍ୟରେ ଆୟ ବୃଦ୍ଧି ଘଟିବ।

ମକର :
ଆଜି ଆକସ୍ମିକ ଧନ ଲାଭର ଯୋଗ ରହିଛି। କର୍ମ କ୍ଷେତ୍ରରେ ସାହାଯ୍ୟ ସହଯୋଗ ମିଳିବ ‌। ଆପଣଙ୍କ ପରିବାରରେ ସ୍ନେହ ଶ୍ରଦ୍ଧା ମିଳିବ। ଶାରୀର ସୁସ୍ଥ ଓ ମନ ପ୍ରଫୁଲ୍ଲିତ ରହିବ। କର୍ମଜୀବୀ ମହିଳାମାନେ ଜଗିରଖି ଚଳନ୍ତୁ କେହି ଜଣେ ବ୍ୟକ୍ତି ଅସୁବିଧାରେ ପକାଇପାରେ ‌।

କୁମ୍ଭ:
ଆଜି ଆପଣଙ୍କର ସାହାସ ଏବଂ ଧୈର୍ଯ୍ୟ ଦୁଇଟି ଯାକ ମିଶିକରି ଆପଣଙ୍କୁ ସଫଳତା ଦେବେ । ଆଜି ଆତ୍ମନିର୍ଭରତା ଏବଂ ଆତ୍ମବିଶ୍ୱାସର ଦିନ ଅଛି ଯାହାକି ଆପଣଙ୍କ ନିଜର ନିର୍ଣ୍ଣୟ ଅନ୍ୟ ମାନଙ୍କର ନିର୍ଣ୍ଣୟ ଠାରୁ ଅଧିକ ଗୁରୁତ୍ତ୍ୱ ହେବ । ସମସ୍ତ କାର୍ଯ୍ୟରେ ସଫଳତା ହାସଲ କରିବେ।

ମୀନ:
ଆଜି ଆପଣ ଜଗିରଖି ଚଳନ୍ତୁ ଯେଉଁ ମାନଙ୍କୁ ସାହାଯ୍ୟ ସହଯୋଗ କରିଥିଲେ ସେମାନେ ପରୋକ୍ଷରେ ବିରୋଧ କରିପାରନ୍ତି। ଘରୋଇ ମନାନ୍ତର ମତାନ୍ତର ଦେଖାଦେଇପାରେ ଯେଉଁଟା କି ଆପଣଙ୍କର ଅଶାନ୍ତିର କାରଣ ହେବ। ବ୍ୟବସାୟ ବାଣିଜ୍ୟରେ ଲାଭ ପରିବର୍ତ୍ତେ କ୍ଷତି ହୋଇପାରେ ।

ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର  ମୋବାଇଲ-୯୪୩୭୨୨୫୪୩୫

 

Leave A Reply

Your email address will not be published.