Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ

ତା୧-୦୮-୨୦୧୯ ଗୁରୁବାର

ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର

[ମୋବାଇଲ ନମ୍ବର: ୯୪୩୭୨୨୫୪୩୪]

ଆଜି ଦିନର ମହତ୍ତ୍ୱ.

ଆଜି ହେଉଛି ୨୦୧୯ ମସିହା ଅଗଷ୍ଟ
ତା ୦୧ ରିଖ ଗୁରୁବାର କର୍କଟ ୧୬ ଦିନ ଶ୍ରାବଣ ମାସ କୃଷ୍ଣ ପକ୍ଷ ଅମାବାସ୍ୟା ଭୁକ୍ତ ପ୍ରତିପଦା ତିଥି ପୂଷ୍ୟା ନକ୍ଷତ୍ର କର୍କଟ ଚନ୍ଦ୍ର
ଘାତ ବାର-: ତୁଳା ଓ କୁମ୍ଭ ରାଶିର

ଆଜି: ମତ୍ସ୍ୟ ମାଂସ ଖାଇବା ନିଷେଧ

ମେଷ
ଆଜି ବିଭିନ୍ନ ପ୍ରକାରର ସମସ୍ୟା ଦେଖାଦେଇ ପାରେ ।ପାରିବାରିକ କ୍ଷେତ୍ରରେ ମତାନ୍ତର ଓ ଅଶାନ୍ତି ପରିସ୍ଥିତିର ଦେଖାଦେବ।ଯାତ୍ରାରେ
ସତର୍କତା ଅବଲମ୍ବନ କରନ୍ତୁ ।ଧନ ହାନୀ ପ୍ରାଣ ପୀଡା ହେବ।

ବୃଷ

ସାଙ୍ଗଠନିକ କାକାର‌୍ୟ୍ୟରେ ନେତୃତ୍ବ ନେଇ ପ୍ରଶଂସିତ ହେବେ । ପ୍ରକାଶନ, ପ୍ରଶାସନ, ଆଇନ ଅଦାଲତ, କଳା, କ୍ରୀଡା, ଚଳଚ୍ଚିତ୍ର ସାହିତ୍ୟ କ୍ଷେତ୍ରରେ ସଫଳତା ମିଳିବ। ସାଙ୍ଗସାଥୀ କିମ୍ବା ବନ୍ଧୁ ମାନେ ସମାଲୋଚନା କରିବେ କିନ୍ତୁ ପରାଜୟ ହେବେ ।

ମିଥୁନ
ଆଜି ବିଭିନ୍ନ ଦିଗରୁ ଅର୍ଥାଗମର ରାସ୍ତା ଖୋଲିଯିବ । ଅପ୍ରିୟସତ୍ୟ କହି ଅଯଥା କଳହ ହୋଇପାରେ । ପରିବାରରେ ଭୁଲ୍‌ ବୁଝାମଣା, ଦେଖା ଦେବ । ଶାରୀରିକ ପୀଡା ଓ ମାନସିକ ଅଶାନ୍ତି ମନକୁ ଭାରାକ୍ରାନ୍ତ କରାଇବ । ସତ୍‌ସଙ୍ଗ ଓ ଭ୍ରମଣ ସୁଯୋଗ ରହିଛି ।

କର୍କଟ
ଆଜି ଆପଣଙ୍କୁ ସଫଳତା ମିଳିବ। ଯେକୌଣସି କ୍ଷେତ୍ର ହେଉନା କାହିଁକି ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ବିଜୟ ଲାଭ କରିବେ। ଅର୍ଥ ପାଇବେ ସତ କିନ୍ତୁ ମାନସିକ ଶାନ୍ତି ହରାଇବେ। କେତେକ କ୍ଷେତ୍ରରେ ଠିକ୍‌ ସିଦ୍ଧାନ୍ତ ନେଇ ପାରିବେ ନାହିଁ।

ସିଂହ
ସତର୍କତା ଅବଲମ୍ବନ କରନ୍ତୁ ଠକାମିରେ ପଡିପାରନ୍ତି । କୌଣସି ଖବର ପାଇ ଆକସ୍ମିକ ଦୂରଯାତ୍ରା କରିବାକୁ ବାଧ୍ୟ ହୋଇପାରନ୍ତି। ରହୁଥିବା ପରିବେଶରେ କୌଣସି ବ୍ୟତିକ୍ରମ ଜନିତ ଆପଣଙ୍କ କାମ ଅଟକି ରହିଯିବାର ଆଶଙ୍କା ଉପୁଜିପାରେ। ସଭାସମିତିରେ କିମ୍ବା ଗଠନମୂଳକ କାର‌୍ୟ୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ।

କନ୍ୟା
ମନ ନିର୍ମଳ ରହିବ । ଆଜିର ଆପଣଙ୍କ ସକାଶେ ପ୍ରତ୍ୟେକ କାମ ଅନୁକୂଳ ରହିବ ।ଯେଉଁ କାମରେ ହାତଦେଲେ ମଧ୍ୟ ସଫଳତା ପାଇବା ନିଶ୍ଚିତ । ଦୀର୍ଘଦିନର ଚେଷ୍ଟାର ପରିଣାମ ସ୍ବରୂପ ଋଣ ସୂତ୍ରରେ ଆଜିହିଁ ଅର୍ଥଲାଭ କରିପାରନ୍ତି। ବାଣିଜ୍ୟରେ ପ୍ରତିବନ୍ଧକ ଜନିତ ଦୁଃଚିନ୍ତା ବଢିପାରେ।

ତୁଳା
ଆଜି ନୂତନ କାମ କରିବା ପାଇଁ ମାନସିକ ସ୍ତରରେ ନିଷ୍ପତି ନେଇପାରନ୍ତି। ଆନୁଷଙ୍ଗିକ ସାହାଯ୍ୟ, ସହଯୋଗ ପାଇବା ସକାଶେ ବେଶୀ କଷ୍ଟ କରିବାକୁ ପଡିବନାହିଁ । କୌଣସି ଶୁଭ ଖବର ପାଇ ଖୁସି ଅନୁଭବ କରିବେ ।ମହିଳାମାନେ ନିଜ ପରିବାରର ପ୍ରଶଂସିତ ହେବେ ।

ବିଛା
କର୍ମ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ । ପରିସ୍ଥିତିକୁ ଅନୁଧ୍ୟାନ କରି ପୂର୍ବ ସ୍ଥିରୀକୃତ ନିଜର ମତ ଓ କାମକୁ ବଦଳାଇପାରନ୍ତି । ଭୁଲ୍‌ ବୁଝାମଣା ଜନିତ ଘରୋଇ କଳହରେ ଦେଖା ଦେଇପାରେ । ଆଶା ପୂରଣପାଇଁ କେହି ଜଣେ ସାହାଯ୍ୟ କରିପାରନ୍ତି। ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟରେ ସଫଳତା ମିଳିବ ।

ଧନୁ

ଯେକୌଣସି ପଦକ୍ଷେପ ନେବେ ସେଥିରେ ସଫଳତା ମିଳିବ । । ଆଶା କରୁଥିବା ଦିଗରୁ ଲାଭବାନ ହେବେ ।
ମନଭିତରେ ଜିଦ୍‌ ଓ କ୍ରୋଧ ରହିଥିଲେ ମଧ୍ୟ ସମୟୋଚିତ ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି। ଅର୍ଥନୈତିକ ସ୍ଥିତି, ଚେଷ୍ଟା କରୁଥିବା କାମ କ୍ଷେତ୍ରରେ ଶୁଭଫଳ ପାଇବେ । ବିବାଦୀୟ କ୍ଷେତ୍ରରେ ଆପଣ ଅନ୍ୟର ସମର୍ଥନ ହାସଲ କରି ବିଜୟ ହେବେ।

ମକର
କର୍ମକ୍ଷେତ୍ରରେ ଭୁଲ୍‌ ବୁଝାମଣା ଦୂର ହୋଇଯିବ । ବନ୍ଧୁଙ୍କ ସହଯୋଗ ମିଳିବ । ଆମଦାନୀ ରତ୍ପାନୀ ବାଣିଜ୍ୟ, ହୋଟେଲ, ରେଷ୍ଟୁରାଣ୍ଟ, ଲୌହତୈଳାଦି ବ୍ୟବସାୟରେ ଲାଲାଭବାନ ହେବେ। ଯାତ୍ରା ପାଇଁ ଦିନଟି ଅନୁକୂଳ ରହିବ ।

କୁମ୍ଭ
ସ୍ବାସ୍ଥ୍ୟରେ ଉନ୍ନତି ଦେଖାଦେବ ।ବୁଦ୍ଧି ବଳରେ କାର‌୍ୟ୍ୟ ସାଧନ କରିବେ । ଆପଣଙ୍କ ମୁହଁ ସାମ୍‌ନାରେ କିଏ କିଛି କହିବାକୁ ସାହସ କରିପାରିବେ ନାହିଁ, ମାତ୍ର ପଛରେ ସମାଲୋଚନା କରିବେ। ନିଜ ଲୋକମାନଙ୍କ କାର‌୍ୟ୍ୟ କଳାପ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। ସକାଳ ସମୟରେ ଦୀର୍ଘଦିନରୁ ପ୍ରତୀକ୍ଷା କରିଥିବା କୌଣସି ଶୁଭ ଖବର ପାଇପାରନ୍ତି। ସଭାସମିତିରେ ସମ୍ମାନିତ ହେବେ । ପଦମର‌୍ୟ୍ୟାଦା ବୃଦ୍ଧି ପାଇବ ।

ମୀନ
ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ମଧ୍ୟରେ ରହିଥିବାରୁ ଏକପ୍ରକାର ଆଶ୍ୱସ୍ଥି ଅନୁଭବ କରିବେ। ବହୁତ ଦିନରୁ ଅଟକି ରହିଥିବା କାମଗୁଡିକ ଆଜି ଅପରାହ୍ନେ ଠିକ୍‌ ଭାବରେ ସମ୍ପନ୍ନ ହେବ। ଅଯଥା ତର୍କ ଓ ବିବାଦ କାରଣରୁ ବନ୍ଧୁଙ୍କ ସହ ସାଧାରଣ କଥାକୁ କେନ୍ଦ୍ରକରି ମନାନ୍ତର ହୋଇପାରେ। ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇପାରନ୍ତି।

Leave A Reply

Your email address will not be published.