Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ

ତା୦୬-୦୮-୨୦୧୯ ମଙ୍ଗଳବାର

ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର

[ମୋବାଇଲ ନମ୍ବର: ୯୪୩୭୨୨୫୪୩୪]

ଆଜି ଦିନର ମହତ୍ତ୍ୱ.
ଆଜି ହେଉଛି ୨୦୧୯ ମସିହା ଅଗଷ୍ଟ
ତା ୦୬ ରିଖ ମଙ୍ଗଳବାର କର୍କଟ ୨୧ ଦିନ ଶ୍ରାବଣ ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥି ଚିତ୍ରା ନକ୍ଷତ୍ର କନ୍ୟା ଚନ୍ଦ୍ର ଦିନ ଘ୧୧-୫୮ମିନିଟ୍ ପର‌୍ୟ୍ୟନ୍ତ ତାପରେ ଚିତ୍ରା ନକ୍ଷତ୍ର ତୁଳା ଚନ୍ଦ୍ର ଭୋଗ ହେବ
ଘାତ ବାର-: ମକର ରାଶିର
ଘାତ ଚନ୍ଦ୍ର-: ବୃଷ ରାଶି ପୁରୁଷ ଧନୁ ରାଶି ମହିଳାଙ୍କର
ଆଜି: ପିତା ଦ୍ରବ୍ୟ ଖାଇବା ନିଷେଧ

ମେଷ
ଆଜି ଆପଣଙ୍କୁ ସଫଳତା ମିଳିବ ନାହିଁ ନିର୍ମାଣଧୀନନ କାର‌୍ୟ୍ୟରେ ବାଧା ବିଘ୍ନ ଦେଖା ଦେଇପାରେ ।ନିଜର ଲୋକମାନେ ବିରୁଦ୍ଧାଚରଣ କରିବେ ।ବ୍ୟବସାୟରେ ଆଶାନୁରୂପ ଲାଭ ମିଳିବ ନାହିଁ ।

ବୃଷ
ଆଜି ଆର୍ଥିକ ସହାୟତା ମିଳିବ ।କର୍ମ କ୍ଷେତ୍ରରେ ମାନ ସମ୍ମାନ ପଦ ମର‌୍ୟ୍ୟାଦା ବୃଦ୍ଧି ପାଇବ ।ଶିଳ୍ପ ବାଣିଜ୍ୟ ଓ ବ୍ୟବସାୟରେ ସଫଳତା ମିଳିବ ।ମହିଳାମାନେ ଆଶା କରୁଥିବା ଦିଗରୁ ଲାଭବାନ ହେବେ ।

ମିଥୁନ
ପ୍ରତେକ କାର‌୍ୟ୍ୟରେ ସଫଳତା ମିଳିବ ।କଳେ ବଳେ କୌଶଳରେ ଅର୍ଥ ପ୍ରାପ୍ତି ହେବ ।ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଅଗ୍ରଗତି କରିବେ ।ଲୋକ ସମ୍ପର୍କ ବୃଦ୍ଧି ପାଇବ ।ମହିଳାମାନେ ଆମୋଦ ପ୍ରମୋଦରେ ଦିନଟିଅତିବାହିତ କରିବେ ।

କର୍କଟ
ଦୁସାହାସିକ ପଦକ୍ଷେପ ନେଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ ।ଯାନବାହନ ଲାଭର ଯୋଗ ରହିଛି ।ଶାରୀରିକ ପୀଡା ଦେଖା ଦେଇପାରେ ।ମହିଳାମାନେ ଚେଷ୍ଟା କରୁଥିବା କାର‌୍ୟ୍ୟରେ ସିଦ୍ଧି ଲାଭ କରିବେ ।

ସିଂହ
ବ୍ୟବସାୟରେ ଆଶାନୁରୂପ ଲାଭ ମିଳିବ ।ପାରିବାରିକ ଜୀବନ ସୁଖମୟ ହେବ ।ଶତୃମାନେ ପରାଜିତ ହେବେ ।ବ୍ୟବସାୟରେ ଆଯ ବୃଦ୍ଧି ଘଟିବ ।ରାଜନେତାମାନେ ଜନ କଲ୍ୟାଣ କାର‌୍ୟ୍ୟରେ ନିଜକୁ ନିୟୋଜିତ କରିବେ ।

କନ୍ୟା
ଆଜି ଆପଣଙ୍କୁ କେହି ଜଣେ ବ୍ୟକ୍ତି ସାହାଯ୍ୟ କରିବ ।ବ୍ୟବସାୟରେ ଆଶାନୁରୂପ ଲାଭ ମିଳିବ ।ବିଦ୍ୟାର୍ଥୀମାନେ ବିଦ୍ୟାରେ ସଫଳତା ପାଇବେ ।କର୍ମ କ୍ଷେତ୍ରରେ ସମ୍ମାନିତ ହେବେ ।
ତୁଳା
ପରିବାରରେ ସୁସମ୍ପର୍କ ରହିବ ନାହିଁ ।ଯାନବାହନ ଚଳାଚଳରେ ସତର୍କତା ଅବଲମ୍ବନ କରନ୍ତୁ ।ମହିଳାମାନେ ଅପମାନିତ ସମାଲୋଚିତ ହେବେ ।ଶରୀରରେ ଯେକୌଣସି ଅଙ୍ଗରେ ଆଘାତ ଲାଗି ପାରେ ।

ବିଛା
କର୍ମରେ ସଫଳତା ମିଳିବ । ଦୂର ସ୍ଥାନକୁ ଯାତ୍ରା କରିବାକୁ ସୁଯୋଗ ମିଳିବ ।ଘରୋଇ ସମସ୍ୟା ମନକୁ ଭାରାକ୍ରାନ୍ତ କରାଇବ ।ସଞ୍ଚିତ ଅର୍ଥ ବ୍ୟୟ ହୋଇ ଯିବ ।ଆଶା କରୁଥିବା ଦିଗରୁ ସଫଳତା ପାଇବେ ନାହିଁ ।

ଧନୁ
ବିଭିନ୍ନ ସମସ୍ୟାକୁ ନେଇ ଚିନ୍ତିତ ହେବେ ।ପ୍ରତିଯୋଗିତାରେ ଅଂଶଗ୍ରହଣ ପରାଜିତ ହେବେ ।ବ୍ୟବସାୟରେ ବାଧା ବିଘ୍ନ ଦେଖା ଦେଇପାରେ ।ପଡୋଶୀମାନଙ୍କ ସହ କଳହ ସୃଷ୍ଟି ହୋଇ ପାରେ।

ମକର
ସନ୍ତାନ ସନ୍ତତି ମାନଙ୍କ ପାଠପଢ଼ାକୁ ନେଇ ଚିନ୍ତିତ ହେବେ ।କର୍ମ କ୍ଷେତ୍ରରେ ଆପଣଙ୍କୁ ମାନ ସମ୍ମାନ ପ୍ରତିଷ୍ଠା ମିଳିବ ।ବହୁ ବିଳମ୍ବରେ ହେଉ ପଛେ ଶେଷରେ ବିଜୟ ଲାଭ କରିବେ ।ବ୍ୟବସାୟରେ ପୂର୍ବ ଅପେକ୍ଷା ଆଯ ବୃଦ୍ଧି ଘଟିବ ।

କୁମ୍ଭ
ସାଧାରଣ କଥା ଅସାଧାରଣ ପରିସ୍ଥିତି ସୃଷ୍ଟି କରିବ।ନୂତନ ନିୟମ ପ୍ରଣୟନ କରି ପ୍ରଶଂସିତ ହେବେ ।ବିଦ୍ୟାର୍ଥୀମାନେ ବିଦ୍ୟାରେ ସଫଳତା ପାଇବେ ।ଦେବ ଦର୍ଶନର ସୁଯୋଗ ରହିଛି ।
ମୀନ
ଆଜି ଆପଣଙ୍କୁ ସଫଳତା ମିଳିବ ।ପାରିବାରିକ ଜୀବନ ସୁଖମୟ ହେବ ।ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ ।ଶରୀର ସୁସ୍ଥ ରହିବ। ମହିଳାମାନେ ଗୃହ କର୍ମରେ ଲିପ୍ତ ରହିବେ ।

Leave A Reply

Your email address will not be published.