Latest Odisha News

BREAKING NEWS

ବାଲେଶ୍ୱରରେ ବଜ୍ରପାତ: ୩ ମୃତ

ବାଲେଶ୍ୱର: ବଜ୍ରପାତରେ ସୋମବାର ଦିନ ବାଲେଶ୍ୱର ଜିଲ୍ଲାର ତିନି ଜଣ ପ୍ରାଣ ହରାଇଛନ୍ତି । ମୃତକ ମାନଙ୍କ ମଧ୍ୟରେ ୨ ଜଣ ମହିଳା ଓ ଜଣେ ପୁରୁଷ ଥିବା ସୂଚନା ମିଳିଛି ।

ମୃତକ ମାନେ ବାଲେଶ୍ୱର ଭୋଗରାଇ ତହସିଲ ଅନ୍ତର୍ଗତ କଲ୍ୟାଣପୁର ଗ୍ରାମର ସୁଜୟ ଦାସ, ବକୁଣ୍ଡି ଗ୍ରାମର ସୁନିତା ହାଂସଦା ଓ ଦୁଲାରବାଟି ଗ୍ରାମର କାଳି ଚରଣ ରାଉତ ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ କ୍ଷେତରେ କାମ କରୁଥିବା ବେଳେ ବଜ୍ରାଘାତରେ ଏମାନଙ୍କର ପ୍ରାଣ ଯାଇଛି ।

Leave A Reply

Your email address will not be published.