Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ 

ତା ୧୫-୬-୨୦୨୦ ସୋମବାର

ଆଜି ଦିନର ମହତ୍ତ୍ୱ

ଆଜି ହେଉଛି ୨୦୨୦ ମସିହା ଜୁନ 
ତା ୧୫ ରିଖ  ସୋମବାର  ମିଥୁନ  ୧ ଦିନ ଆଷାଢ  ମାସ କୃଷ୍ଣ ପକ୍ଷ ଦଶମୀ  ତିଥି ରେବତୀ  ନକ୍ଷତ୍ର  ମୀନ ଚନ୍ଦ୍ର
ଘାତ ବାର-:  ମିଥୁନ   ରାଶିର      
ଘାତ ଚନ୍ଦ୍ର:- ଧନୁ  ରାଶି ପୁରୁଷ ଓ ତୁଳା ରାଶି ମହିଳାଙ୍କର
ଆଜି ରଜ ସଂକ୍ରାନ୍ତି
ଆଜି: କଳମ୍ବୀ ଶାଗ   ଖାଇବା  ନିଷେଧ
ମେଷ  :
 କର୍ମ କ୍ଷେତ୍ରରେ ବାଦ ବିବାଦର ସମ୍ମୁଖୀନ ହେବେ ।ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ଅସଫଳତା ଲାଭ କରିବେ ।ଗ୍ରାହ୍ଯସ୍ଥ ଜୀବନରେ ଭୁଲ ବୁଝାମଣା ଦେଖା ଦେବ ।ଖଚ୍ଚର୍ ପରିମାଣ ବୃଦ୍ଧି ପାଇବ ।ଯାତ୍ରା  ଜନିତ ପୀଡା ଅନୁଭବ କରିବେ ।
ବୃଷ :
ଦେହ ମନ ସୁସ୍ଥ ରହିବ ।ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ ।ଆମୋଦ ପ୍ରମୋଦରେ ଦିନଟି ଅତିବାହିତ କରିବେ ।ନିଜର ଜୀବନ ସାଥୀ ପୂର୍ଣ୍ଣ ସହଯୋଗ କରିବ ।ଛାତ୍ରଛାତ୍ରୀମାନେ ବିଦ୍ଯାରେ ସଫଳତା ପାଇବେ ।ଶତୃମାନେ ପରାଜିତ ହେବେ ।
ମିଥୁନ  :
ବହୁଦିନର ଆଶା ଆଙ୍କାକ୍ଷା ପୂରଣ ହେବ ।ସ୍ଵାଦିଷ୍ଟ ଭୋଜନ ମିଳିବ ।ଭାତୃ ବିବାଦ ପାରିବାରିକ ଅଶାନ୍ତି ଦୂରେଇ ଯିବ ।ମହିଳାମାନେ ଗୃହ କାର୍ଯ୍ୟରେ ପ୍ରଶଂସନୀୟା ହେବେ ।ଆୟ ବୃଦ୍ଧି ଘଟିବ ।ଦୂର ସ୍ଥାନକୁ ଯାତ୍ରା କରିବେ ।
କର୍କଟ :
ଶାରୀରିକ ଓ ମାନସିକ ପୀଡା  ଦେଖା ଦେବ । ନିଜର ଲୋକମାନେ ବିରୁଦ୍ଧାଚରଣ କରିବେ ।କୌଣସି ବ୍ୟକ୍ତି ଅସମ୍ମାନିତ କରିପାରେ ।ପାରିବାରିକ ଜୀବନରେ ବାଦ ବିବାଦ ଦେଖା ଦେବ ।ବ୍ଯବସାୟରେ ଆଶାନୁରୂପ ସଫଳତା ପାଇବେ ନାହିଁ ।
ସିଂହ :
 ଯଗିରଖି ଚଳନ୍ତୁ ନଚେତ୍ ଅସୁବିଧା ପଡିପାରନ୍ତି ।ଆଶା ଆଶଙ୍କା ଦେଇ ଗତି କରିବେ ।ନିଜର ଲୋକମାନେବିରୁଦ୍ଧାଚରଣ କରିବେ ।ପରିବାରରେ ମତପାର୍ଥକ୍ଯ ଦେଖା ଦେବ ।ବ୍ଯବସାୟରେ ଦ୍ରବ୍ୟ ନଷ୍ଟ ବା ଚୋରୀ ହେବାର ସମ୍ଭାବନା ରହିଛି। ।ଶତୃମାନେ ଚକ୍ରାନ୍ତ କରିବେ ।
କନ୍ୟା  :
ଆଜି ଦିନଟି ସମ୍ପୁର୍ଣ୍ଣ ଭଲରେ କଟିବ ।ଆର୍ଥିକ ଅଭିବୃଦ୍ଧି ଘଟିବ ।ପାରିବାରିକ ଜୀବନରେ ସୁଖ ଶାନ୍ତି ବିରାଜମାନ କରିବ ।ବିଦ୍ଯାର୍ଥୀମାନେ ବିଦ୍ଯାରେ ସଫଳତା ପାଇବେ  ।ଲୋକସମ୍ପର୍କ ବୃଦ୍ଧି ପାଇବ ।ନୂତନ  ଗୃହ ବା ଭୂମି କ୍ରୟ କରିବେ ।
ତୁଳା :
ମନ ନିର୍ମଳ ରହିବ ଦେହ ମନ ସୁସ୍ଥ ରହିବ ।ପ୍ରତ୍ୟେକ ଦିଗରୁ ଶୁଭ ଫଳ ପାଇବ ।ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ ।କର୍ମ କ୍ଷେତ୍ରରେ ସମ୍ମାନିତ ହେବେ ।ଆୟ ବୃଦ୍ଧି ଘଟିବ । ଛାତ୍ରଛାତ୍ରୀମାନେବିଦ୍ଯାରେ ଖ୍ଯାତି ଅର୍ଜନ କରିବେ ।
ବିଛା : ସ୍ଥିରତା ଅବଲମ୍ବନ କରନ୍ତୁ ।କର୍ମ କ୍ଷେତ୍ରରେ ବାଦବିବାଦ ଦେଖା ଦେବ।ପାରିବାରିକ ସମସ୍ଯା ମନକୁ ଭାରାକ୍ରାନ୍ତ କରାଇବ ।ବିଦ୍ଯାର୍ଥୀମାନେ ବିଦ୍ଯାରେ ସଫଳତା ପାଇବେ ନାହିଁ । ଶାରୀରିକ ପୀଡା ଅନୁଭବ କରିବେ ।
ଧନୁ:
ଯଗି ରଖି ଚଳନ୍ତୁ ଶାରୀରିକ ପୀଡା ଅନୁଭବ କରିବେ ।ବ୍ଯବସାୟରେ ଆଶାନୁରୂପ ଲାଭ ମିଳିବ ନାହିଁ ।ମହିଳାମାନେ ଅପମାନିତ ସମାଲୋଚିତ ହେବେ ।ଶତୃମାନେ ଚକ୍ରାନ୍ତ କରିବେ ।ନିର୍ମାଣଧୀନ କାର୍ଯ୍ୟରେ ବାଧା ବିଘ୍ନ ଦେଖାଦେବ।
ମକର :
ଆଜି ଦିନଟି ସମ୍ପୁର୍ଣ୍ଣ ଭଲ କର୍ମ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ  । ଶତୃମାନେ ପରାଜୟ ହେବେ ।ଆୟ ବୃଦ୍ଧି ଘଟିବ । ବ୍ଯବସାୟୀମାନେ ଲାଭବାନ ହେବେ ।ବିଦ୍ଯାର୍ଥୀ ମାନେ ବିଦ୍ଯାରେ ସଫଳତା ପାଇବେ ।
କୁମ୍ଭ :
ଯଗି ରଖି ଚଳନ୍ତୁ ପରିବାରରେ ମତ ପାର୍ଥକ୍ୟ ଦେଖା ଦେବ ।ଆୟ ଅପେକ୍ଷା ବ୍ଯୟ ଅଧିକ ହେବ ।କର୍ମ କ୍ଷେତ୍ରରେ ନାନାପ୍ରକାର ସମସ୍ଯା ଦେଖା ଦେବ ।ନିଜର ଲୋକମାନେ ବିରୁଦ୍ଧାଚରଣ କରିବେ ।ମାଲିମକଦମାରେ  ଜଡିତ ହୋଇ ପାରନ୍ତି  ।
ମୀନ :
ମାନ ସମ୍ମାନ ଯଶ ଗୌରବର ଅଧିକାରୀ ହେବେ ।ଧନ ଓ ବସ୍ତ୍ର ଲାଭ ହେବ ।କର୍ମ କ୍ଷେତ୍ରରେ ସମ୍ମାନିତ ହେବେ ।ପ୍ରେମିକ ପ୍ରେମିକା ମାନେ ପ୍ରେମରେ ସଫଳତା ଲାଭ କରିବେ ।ଶତୃମାନେ ପରାଜିତ ହେବେ ।
ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର  ( ମୋବାଇଲ: 9437225434 )
Leave A Reply

Your email address will not be published.