Latest Odisha News

BREAKING NEWS

ଆଜି ରଜ ସଂକ୍ରାନ୍ତି; କଟକଣା ସତ୍ତ୍ୱେ ଜମୁଛି ପିଠା ଓ ମିଠାର ଆସର

ଭୁବନେଶ୍ୱର: ତିନି ଦିନ ଧରି ପାଳିତ ହେଉଥିବା ଓଡ଼ିଶାର ଏହି ଗଣପର୍ବର ଆଜି ହେଉଛି ଦ୍ଵିତୀୟ ଦିନ। ଏହାକୁ ସାଧାରଣତଃ ମଝି ରଜ ବା ରଜ ସଂକ୍ରାନ୍ତି ବୋଲି କୁହାଯାଏ। କରୋନା କଟକଣା ସତ୍ତ୍ୱେ ଘରେ ଘରେ ଚାଲିଛି ରଜ ମଉଜ । ଘରେ ରହି ଲୋକ ପାଳନ କରୁଛନ୍ତି ରଜ। ନିଜ ଅଗଣାରେ ଦୋଳି ଖେଳି, ପିଠା ଖାଇ ମଉଜ କରୁଛନ୍ତି ସହି ଝିଅ, ବୋହୂ।

ପାଗ ଭଲ ଥିଲେ ସୁଦ୍ଧା କରୋନା ଯୋଗୁଁ ସବୁ ବର୍ଷ ଭଳି ଏବର୍ଷ ରାଜରେ ସେ ଚମକ ନାହିଁ । ପହିଲି ରଜକୁ ଉପଭୋଗ କରିବା ପରେ ରଜ ସଂକ୍ରାନ୍ତିରେ ମାହୋଲ ଆହୁରି ଜମିଥାଏ ।

ଆସନ୍ତାକାଲି ଶେଷ ରଜ ଓ ଚତୁର୍ଥ ଦିନ ବସୁମତୀ ସ୍ନାନ ପାଳିତ ହୋଇଥାଏ। ସେହି ଦିନ ଘରେ ଘରେ ମା’ ଧରିତ୍ରୀଙ୍କର ପୂଜା କରାଯାଇଥାଏ। ଆଧୁନିକତାର ସ୍ପର୍ଶରେ ପୁରୁଣା ସମୟର ରଜ ଆଜି ନାହିଁ ସତ; କିନ୍ତୁ ଏହି କଟକଣା ପରେ ସୁଦ୍ଧା ଯୁବପିଢିଙ୍କ ପାଇଁ ଆଜି ମଧ୍ୟ ଏହାର ପ୍ରାସଙ୍ଗିକତା ରହିଛି।

Leave A Reply

Your email address will not be published.