Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ

ତା ୧୯-୦୪-୨୦୨୦ ରବିବାର

ଆଜି ଦିନର ମହତ୍ତ୍ୱ

ଆଜି ହେଉଛି ୨୦୨୦ ମସିହା ଅପ୍ରେଲ  ମାସ ତା ୧୯ ରିଖ ରବିବାର  ମୀନ ୭ ଦିନ  ବୈଶାଖ ମାସ  କୃଷ୍ଣ ପକ୍ଷ  ଦ୍ବାଦଶୀ ତିଥି   ପୂର୍ବଭାଦ୍ରପଦ ନକ୍ଷତ୍ର କୁମ୍ଭ ଚନ୍ଦ୍ର 
 ଘାତ ବାର :- ମେଷ  ରାଶିର
 ଘାତ ଚନ୍ଦ୍ର :- ମିଥୁନ ରାଶି ପୁରୁଷ ଓ ମୀନ ରାଶି
ଆଜି: ପୋଇ  ଖାଇବା ନିଷେଧ
ମେଷ :-
 ପାରିବାରିକ ଜୀବନରେ  ସୁଖଶାନ୍ତି ବିରାଜମାନ କରିବ ।ପିତା ମାତା ଗୁରୁଜନମାନଙ୍କର ସ୍ନେହ ଆଶୀର୍ବାଦ ଲାଭ କରିବେ । ପରିଶ୍ରମ ଅନୁଯାୟୀ ପାରିଶ୍ରମିକ ସନ୍ତୋଷଜନକ ମିଳିବ ।
ବୃଷ :-
 ପୂର୍ବର ସମସ୍ଯା ଓ ପ୍ରତିବନ୍ଧକ ଦୂର ହେବ ।ଶତୃମାନେ ପରାଜିତ ହେବେ ।ଦେହ ମନ ସୁସ୍ଥ ରହିବ ।ଆର୍ଥିକ ଉନ୍ନତି ପରିଲକ୍ଷିତ ହେବ ।କ୍ରମକ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କର ବିଶ୍ବାସ ଭାଜନ ହେବେ ।
ମିଥୁନ :- 
ଧିର ସ୍ଥିର ଭାବରେ କାର୍ଯ୍ୟ କରନ୍ତୁ ନଚେତ୍ ବିପଦରେ ପଡିବେ । ଆୟ ଅପେକ୍ଷା ବ୍ଯୟ ଅଧିକ ହେବ ।ମାଲିମକଦମାର ସମ୍ଭାବନା ଅଛି ।ସନ୍ତାନ ସନ୍ତତି ମାନଙ୍କ କାର୍ଯ୍ୟକୁନେଇ ଚିନ୍ତିତ ହେବେ।ବ୍ଯବସାୟରେ ଆଶାନୁରୂପ ଲାଭ ମିଳିବ ନାହିଁ ।
କର୍କଟ :-
 ଜଗିରଖି ଚଳନ୍ତୁ ନଚେତ୍ ଅସୁବିଧା ଦେଖା ଦେଇପାରେ ।ଦାମ୍ପତ୍ୟ ଜୀବନରେ ଭୁଲ ବୁଝାମଣା ଦେଖା ଦେବ ।ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ଅସଫଳତା ଲାଭ କରିବେ ।ମାନସିକ ଅସ୍ଥିରତା ଦେଖା ଦେବ ।
 ସିଂହ :-
  ଆଜି ଅର୍ଥ ମାନ ସମ୍ମାନ ପ୍ରତିଷ୍ଠା ସୌଭାଗ୍ଯ ପ୍ରାପ୍ତି ହେବ । ବ୍ଯବସାୟୀମାନେ ଲାଭବାନ ହେବେ ।ଦୂର  ଯାତ୍ରାର ଯୋଗ ରହିଛି ।ମହିଳାମାନେ ନିଜ ପରିବାରରେ ପ୍ରଶଂସନୀୟ ହେବେ ।ସଞ୍ଚିତ ଅର୍ଥ ବୃଦ୍ଧି ଘଟିବ ।
କନ୍ୟା :-
 କଥାବାର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ ।ଛୋଟ ଛୋଟ କଥାକୁ ନେଇ ବାଦବିବାଦ ଦେଖା ଦେଇପାରେ ।ଶତୃମାନେ ଚକ୍ରାନ୍ତ କରିବେ ।ଧନ ହାନୀ ପ୍ରାଣ ପୀଡା ବୃଥା ଅପବାଦର ଭୟ ରହିଛି ।ଦ୍ରବ୍ୟ ନଷ୍ଟ  ବା ଚୋରୀ ହେବାର ସମ୍ଭାବନା ଅଛି ।
ତୁଳା :-
ଆଜି ଆପଣଙ୍କୁ ସଫଳତା ମିଳିବ ।ଆଶା କରୁଥିବା ଦିଗରୁ ଶୁଭ ଫଳ ପାଇବେ ।ମାଲିମକଦମାରେ ବିଜୟ ଲାଭ କରିବେ ।ଶତୃମାନେ ପରାଜିତ ହେବେ ।ନୂତନ ଗୃହ ବା ଭୂମି ଲାଭର ଯୋଗ ରହିଛି ।
ବିଛା :-
ସତର୍କତା ଅବଲମ୍ବନ କରନ୍ତୁ କାରଣ ଆକସ୍ମିକ ଦୁର୍ଘଟଣା ଦେଖା ଦେଇପାରେ ।ପାରିବାରିକ ଜୀବନରେ ବାଦ ବିବାଦ ଦେଖା ଦେବ ।ଆଳସ୍ଯ ଓ ଅବହେଳା ରୁ ଦୋଷି ସାବ୍ଯସ୍ତ ହୋଇପାରନ୍ତି ।ମିତ୍ରମାନେ ପରୋକ୍ଷରେ ଶତୃତା ଆଚରଣ କରିବେ ।
ଧନୁ :-
ଅପେକ୍ଷାରତ ଶୁଭ ଖବରଟି ପାଇ ଖୁସି ହେବେ ।ପ୍ରଶାସନିକ କ୍ଷେତ୍ରରେ ସାହାଯ୍ୟ ସହାନୁଭୂତି ମିଳିବ ।ଜୀବନସାଥୀର ଉତ୍ସାହ ପ୍ରେରଣା ମନବଳକୁ ଦ୍ବିଗୁଣିତ କରିବ ଓ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ ।
ମକର :-
ପରିବାରରେ ସୁସମ୍ପର୍କ ପୂର୍ବପରି ଅତୁଟ ରହିବ ।ପ୍ରେମ ପ୍ରଣୟ ଦିଗରେ ସଫଳତା ଲାଭ କରିବେ ।ବିଦ୍ଯାର୍ଥୀ ମାନେ ବିଦ୍ଯାରେ ସୁନାମ ଅର୍ଜନ କରିବେ ।ବନ୍ଧୁ ମିଳନର ଯୋଗ ରହିଛି । ସ୍ଵାଦିଷ୍ଟ ଭୋଜନ ମିଳିବ ।
କୁମ୍ଭ :-

ଆର୍ଥିକ ଦୃଷ୍ଟିକୁ ନେଇ ଚିନ୍ତିତ ହେବେ । ବ୍ଯବସାୟ ବାଣିଜ୍ୟ ଓ ପରିବହନ ଦ୍ରବ୍ୟ ନଷ୍ଟ ବା ଚୋରୀ ହେବାର ସମ୍ଭାବନା ଅଛି ।ଦୂର ଯାତ୍ରା କରନ୍ତୁ ନାହିଁ ଯାନ୍ତ୍ରିକ ତୃଟି ବା ଦୃଘଟଣା ଦେଖା ଦେଇପାରେ ।ଶାରୀରିକ ପୀଡା ଦେଖା ଦେବ ।

Beautiful Lotus Flower Wallpaper Lotus Flower Wallpapers – Wallpaper Cave – WALLPAPER PICTURE GALLERY
ମୀନ:-
 ମରିଚିକା ପଛରେ ଘୋଡାଇ ଶେଷରେ ନିରାଶ ହେବେ । ସାମାଜିକ କ୍ଷେତ୍ରରେ ଅସମ୍ମାନିତ ହେବେ । ପ୍ରତ୍ୟେକ କାର୍ଯ୍ୟରେ ବାଧା ବିଘ୍ନ ଦେଖା ଦେବ ।ପାରିବାରିକ ଜୀବନରେ ଭୁଲ ବୁଝାମଣା ଦେଖା ଦେବ।
Leave A Reply

Your email address will not be published.