Latest Odisha News

BREAKING NEWS

ଟିମ୍ ଇଣ୍ଡିଆ ଏବେ ଟିମ୍ ମାସ୍କ ଫୋର୍ସ; ବିସିସିଆଇ

ନୂଆଦିଲ୍ଲୀ: ବିସିସିଆଇ ଶେୟାର କରିଛି ଟିମ୍ ମାସ୍କ ଫୋର୍ସ ର ଭିଡିଓ । ଏଥିରେ ସଚ୍ଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ, ବିରାଟ କୋହଲି, ରୋହିତ ଶର୍ମା ଓ ସୌରଭ ଗାଙ୍ଗୁଲିଙ୍କ ଭଳି ମହାନ କ୍ରିକେଟର ଭାରତୀୟ ଜନତାଙ୍କୁ କରୋନାରୁ ରକ୍ଷା ପାଇବା ପାଇଁ ମାସ୍କ ପିନ୍ଧିବାକୁ ସଚେତନ କରିଛନ୍ତି ।

ଭାରତ ସରକାରଙ୍କ ଏହି ଅଭିଯାନରେ ୧୦ଜଣ ପୁରୁଷ ଓ ମହିଳା କ୍ରିକେଟର୍ କୋଭିଡ-୧୯ ବିରୋଧୀ ଲଢେଇରେ ସର୍ବସାଧାରଣରେ ମାସ୍କ ପିନ୍ଧିବା ନେଇ ସଚେତନ କରିଛନ୍ତି ।

ଭିଡିଓରେ ସମସ୍ତେ ନିଜସ୍ୱ ଶୈଳୀରେ ପ୍ରସ୍ତୁତ ମାସ୍କ ପିନ୍ଧିଛନ୍ତି । ବିରାଟ ଭି (V) ଲେଖାହୋଇଥିବା ମାସ୍କ ଆପଣେଇଛନ୍ତି ତ ରାହୁଲ ନିଜ ମାସ୍କରେ କାନ୍ଥର (wall) ଛବି ଛାପିଛନ୍ତି । ସେହିଭଳି ସୌରଭ ଗାଙ୍ଗୁଲିଙ୍କ ମାସ୍କରେ ଦାଦା ଲେଖାହୋଇଛି ।

ଭାରତର ମହାନ କ୍ରିକେଟରଙ୍କୁ ନେଇ ଏହି ମାସ୍କ ଫୋର୍ସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଠନ କରିଛନ୍ତି । ଭିଡିଓରେ ଅନ୍ୟ କ୍ରିକେଟର ଭାବେ ଭେଟେରାନ୍ ପ୍ଲେୟାର ହରଭଜନ ସିଂ, ବୀରେନ୍ଦ୍ର ସେହୱାଗ, ମହିଳା ଖେଳାଳି ହରମନପ୍ରୀତ କୌର, ମିଥାଲି ରାଜ ଓ ସ୍ମୃତି ମନ୍ଧାନାଙ୍କ ଭଳି ଖେଳାଳିଙ୍କୁ ମଧ୍ୟ ଦେଖିବାକୁ ମିଳିଛି ।

Leave A Reply

Your email address will not be published.