Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ

ତା ୨୪-୦୮-୨୦୧୯ ଶନିବାର

ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର

ଆଜି ଦିନର ମହତ୍ତ୍ୱ.

ଆଜି ହେଉଛି ୨୦୧୯ ମସିହା ଅଗଷ୍ଟ ୨୪ ରିଖ ଶନିବାର ସିଂହ ୦୮ ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ନବମୀ ତିଥି ରୋହିଣୀ ନକ୍ଷତ୍ର ବୃଷ ଚନ୍ଦ୍ର
ଘାତ ବାର-: ବୃଷ ସିଂହ କନ୍ୟା ରାଶିର
ଘାତ ଚନ୍ଦ୍ର-: ବିଛା ରାଶି ପୁରୁଷଙ୍କର
ଆଜି: ନନ୍ଦୋତ୍ସବ
ଆଜି: ଲାଉ ଖାଇବା ନିଷେଧ

ମେଷ : ଆଜି ଦିନଟି ସମ୍ପୁର୍ଣ୍ଣ ଯଗି ରଖି ଚଳନ୍ତୁ ।ଗୁପ୍ତ ଶତୃ ଭୟ ମନକୁ ବ୍ୟତିବସ୍ତ କରିବ ।ଯୁକ୍ତି ତର୍କଠାରୁ ଦୂରେଇ ରହନ୍ତୁ ।ବ୍ୟବସାୟରେ ଲାଭ ପରିବର୍ତ୍ତେ କ୍ଷତି ହେବ ।
ସନ୍ତାନ ସନ୍ତତି ମାନଙ୍କ କାର୍ୟ୍ୟ ଆପଣଙ୍କୁ ବିଚଳିତ ।

ବୃଷ : ଆପଣଙ୍କ ପାଇଁ ଆଜି ଦିନଟି ସମ୍ପୁର୍ଣ୍ଣ ଭଲରେ କଟିବ ।ଦୀର୍ଘ ଦିନର ସ୍ବପ୍ନ ସାକାର ହେବ ।ଧନ ମାନ ସମ୍ମାନ ମିଳିବ ।ଆଶାନୁରୂପ ଯୋଜନାକୁ କାର୍ୟ୍ୟକାରୀ କରିବେ।ପାରିବାରିକ ଓ ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ମିଥୁନ : ଆଜି ଦିନଟି ଯଗି ରଖି ଚଳନ୍ତୁ ।ଆୟ ଅପେକ୍ଷା ବ୍ୟୟ ଅଧିକ ହେବ।ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ ।ବିଦ୍ୟାର୍ଥୀମାନେ ବିଦ୍ୟାରେ ଅମନ ଯୋଗି ହେବେ ।ପାରିବାରିକ ଜୀବନରେ ଅଶାନ୍ତି ମନୋମାଳିନ ଦେଖା ଦେବ ।ମାଲିମକଦମାରେ ଜଡିତ ହୋଇ ପାରନ୍ତି

କର୍କଟ : ପାରିବାରିକ ଜୀବନ ସୁଖମୟ ହେବ ।ସଞ୍ଚିତ ଅର୍ଥ ବୃଦ୍ଧି ଘଟିବ ।ନିର୍ମାଣଧୀନ କାର୍ୟ୍ୟ ଶେଷ ପର୍ୟ୍ୟାୟରେ ପହଞ୍ଚିବ ।ମହିଳାମାନେ ଆଶା କରୁଥିବା ଦିଗରୁ ସଫଳତା ପାଇବେ ।ଛାତ୍ରଛାତ୍ରୀମାନେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ ।ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ ।

ସିଂହ: ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି ।କର୍ମ କ୍ଷେତ୍ରରେ ସମ୍ମାନିତ ହେବେ ।ବନ୍ଧୁ ଦର୍ଶନର ସୁଯୋଗ ଅଛି ।ଗୁରୁ ଗୁରୁଜନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଦେଖାଦେବ ।ସନ୍ତାନ ସନ୍ତତିମାନେ ପ୍ରତିଷ୍ଠିତ ହେବେ ।ବ୍ୟବସାୟରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ ।

କନ୍ୟା : ବୃଥା ଅପବାଦ ଦେଖା ଦେଇପାରେ ।ମହିଳାମାନେ ବିନା ଦୋଷରେ ନିଜ ପରିବାରର ଦୋଷି ସାବ୍ୟସ୍ତ ହେବେ।ସାମାନ୍ୟ ଘଟଣାକୁ ନେଇ ମନାନ୍ତର ମତାନ୍ତର ବାଦବିବାଦ ଦେଖା ଦେଇପାରେ ।ଛାତ୍ରଛାତ୍ରୀମାନେ ଆଶାନୁରୂପ ଶୁଭ ଫଳ ପାଇବେ ନାହିଁ ।

ତୁଳା : ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିବ ।ଦାମ୍ପତ୍ୟ ଜୀବନରେଭୁଲ ବୁଝାମଣା ଦେଖା ଦେବ ।ଥଣ୍ଡା ଜନିତ ରୋଗରେ ଆକ୍ରାନ୍ତ ହେବେ ।କୌଣସି କାର୍ୟ୍ୟ ପ୍ରତି ସ୍ପୃହା ଆସିବ ନାହିଁ ।ଆର୍ଥିକ ଚିନ୍ତା ମନକୁ ଭାରାକ୍ରାନ୍ତ କରାଇବ ।

ବିଛା : ମନ ନିର୍ମଳ ଓ ଶରୀର ସୁସ୍ଥ ରହିବ ।ଆଧ୍ୟାତ୍ମିକ ଚେତନା ଜାଗ୍ରତ ହେବ।ବସ୍ତ୍ର ଆଭୁଷଣ ପ୍ରାପ୍ତିର ଯୋଗ ରହିଛି ।କୌଣସି ଅନୁଷ୍ଠାନର ମୁଖ୍ୟ ଦାୟିତ୍ଵ ଗ୍ରହଣ କରିବେ ।ମହିଳାମାନେ ଯଶସ୍ବୀ ହେବେ ।ବ୍ୟବସାୟରେ ଆୟ ବୃଦ୍ଧି ଘଟିବ ।

ଧନୁ: ବହୁଦିନର ମନାନ୍ତର ମତାନ୍ତର ଦୂରେଇ ଯିବ ।କର୍ମ କ୍ଷେତ୍ରରେ ସମ୍ମାନିତ ହେବେ ।ଦାମ୍ପତ୍ୟ ଜୀବନ ସୁଖମୟ ହେବ ।ଧନ ଜନ ମାନ ସମ୍ମାନ ମିଳିବ ।ଗୁପ୍ତ ଶତୃମାନେ ପରାଜୟ ହେବେ ।ବ୍ୟବସାୟରେ ଆୟ ବୃଦ୍ଧି ଘଟିବ ।

ମକର: ପାରିବାରିକ ସମସ୍ୟା ଆପଣଙ୍କୁ ବିଚଳିତ କରାଇବ ।ବ୍ୟବସାୟରେ ସମସ୍ୟା ଦେଖା ଦେବ ।ନିଜର ଲୋକମାନେ ବିଶ୍ବାସଘାତକତା କରିବେ ।ପ୍ରତ୍ୟେକ କ୍ଷେତ୍ରରେ ବିଫଳତା ବିରୁଦ୍ଧାଚରଣ ଦେଖା ଦେବ । ବିଦ୍ୟାର୍ଥୀମାନେ ବିଦ୍ୟାରେ ଅସଫଳତା ଲାଭ କରିବେ ।

କୁମ୍ଭ: ଶରୀରର ଯେକୌଣସି ଅଙ୍ଗରେ ଆଘାତ ଲାଗି ପାରେ ।ମାଲିମକଦମାରେ ଜଡିତ ହୋଇ ପାରନ୍ତି ।ଦାମ୍ପତ୍ୟ ଜୀବନରେ ଭୁଲ ବୁଝାମଣା ଦେଖା ଦେବ ।ଛାତ୍ରଛାତ୍ରୀମାନେ ଉତ୍ସୃଖଳିତ ହେବେ ।ପୈତୃକ ସମ୍ପତ୍ତିକୁ ନେଇ ଭାତୃ ବିବାଦ ସଂଗଠିତ ହେବ ।

ମୀନ : ପାରିବାରିକ ଜୀବନ ସୁଖମୟ ହେବ ।ବ୍ୟବସାୟରେ ଆଶାନୁରୂପ ଲାଭ ମିଳିବ ।ଦୂର ସ୍ଥାନକୁ ଯାତ୍ରା କରିବେ ଯାତ୍ରାରେ ସଫଳତା ମିଳିବ ।ଲୋକସମ୍ପର୍କ ବୃଦ୍ଧି ପାଇବ ।ଆଶାନୁରୂପ ଯୋଜନାକୁ କାର୍ୟ୍ୟକାରୀ କରି ସଫଳତା ପାଇବେ ।

Leave A Reply

Your email address will not be published.