Latest Odisha News

BREAKING NEWS

କରୋନା ବିରୋଧୀ ଲଢ଼େଇରେ ନିୟମିତ ପ୍ରାଣାୟମର ରହିଛି ବଡ଼ ଅବଦାନ ?

ନୂଆଦିଲ୍ଲୀ: ଯୋଗ ଏବେ ପ୍ରାୟତଃ ସମସ୍ତଙ୍କ ଜୀବନଶୈଳୀରେ ଏହି ଯୋଡି ହୋଇଗଲାଣି । କିନ୍ତୁ ଯେଉଁମାନଙ୍କ ଜୀବନଶୈଳୀରେ ଏହା ଯୋଡି ହୋଇନାହିଁ ସେମାନଙ୍କ ପାଇଁ ଏହି ରିପୋର୍ଟ ଲାଭ ଦାୟକ ହେବ। କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଏବଂ ବିନା ଖର୍ଚ୍ଚରେ ଶରୀରରେ ଅନେକ ଉପକାର କରୁଥିବା ଏହି ଅଭ୍ୟାସ କରୋନା ବିରୋଧୀ ଲଢେଇରେ ମଧ୍ୟ ବେଶ ସହାୟକ ବୋଲି ଜଣାପଡ଼ିଛି।

ପ୍ରଥମ ଥର ପାଇଁ କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ ୨୮ ଦିନିଆ ପ୍ରାଣାୟମ ମଡ୍ୟୁଲ କରୋନାର ସମ୍ମୁଖ ଯୋଦ୍ଧା (ଡାକ୍ତର, ନର୍ସ)ଙ୍କୁ କୋଭିଡ ହେବାରୁ ରୋକିବାରେ ସାହାଯ୍ୟ କରିଥିଲା । ଟ୍ରାଏଲ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ କେବଳ ଜଣେ ବ୍ୟକ୍ତି ଯେକି ନିୟମିତ ପ୍ରାଣାୟମ କରୁନଥିଲେ ସେ କରୋନାରେ ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

ପ୍ରକାଶିତ ରିପୋର୍ଟ ଅନୁଯାୟୀ କରୋନାକୁ ରୋକିବାରେ ପ୍ରାଣାୟାମର ପ୍ରଭାବ ଶୀର୍ଷକ ଅଧ୍ୟୟନ: ଏ କ୍ୱାସି-ରଣ୍ଡୋମାଇଜଡ୍ କ୍ଲିନିକାଲ୍ ଟ୍ରାଏଲ୍ (ଇଂରାଜୀରେ ଉଚ୍ଚାରଣରେ ପଢ଼ିବେ) କହିଛି ଯେ ଯେହେତୁ କରୋନା ସଂକ୍ରମଣକୁ ରୋକିବାରେ ରୋଗ ପ୍ରତିରୋଧକ ଶକ୍ତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ତେଣୁ ଏହି ରୋଗର ପ୍ରତିଷେଧକ ବ୍ୟବସ୍ଥା ପାଇଁ ପ୍ରତିଷେଧକ ଟୀକାର ଆବଶ୍ୟକତା ରହିଛି।

ଏହି ଅଧ୍ୟୟନରେ ପ୍ରତିଦିନ ସଂକ୍ରମଣର ଶିକାର ହେଉଥିବା ବ୍ୟକ୍ତି ଏବଂ କରୋନା ସମ୍ମୁଖ ଯୋଦ୍ଧାଙ୍କ ମଧ୍ୟରେ ସର୍ଭେ କରାଯାଇଥିଲା। ଏହା ଭାରତର ପାଞ୍ଚଟି ଭିନ୍ନ ଭିନ୍ନ କୋଭିଡ ହସ୍ପିଟାଲରେ କୋଭିଡ ରୋଗୀଙ୍କ କ୍ଷେତ୍ରରେ ସର୍ଭେ ହୋଇଥିଲା । ଏବଂ ୨୮୦ ସ୍ୱାସ୍ଥ୍ୟକର୍ମୀଙ୍କୁ ଏହି ଅଧ୍ୟୟନରେ ସାମିଲ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୨୫୦ ଜଣ ଅଧ୍ୟୟନ ଅନୁସାରେ ନିୟମ ମାନିଥିଲେ।

କୋଭିଡର ପ୍ରଥମ ଲହର ସମୟରେ ଏହି ଅଧ୍ୟୟନ କରାଯାଇଥିବାରୁ ଯୋଗ ପ୍ରଶିକ୍ଷକ ଅନଲାଇନରେ ସକାଳେ ୩୦ ମିନିଟ୍ ଓ ସନ୍ଧ୍ୟାରେ ୧୫ ମିନିଟ୍ ଯୋଗ ପ୍ରଶିକ୍ଷଣ କରିଥିଲେ।

ଏହି ସର୍ଭେରେ ଡାକ୍ତର, ନର୍ସ, ଲ୍ୟାବ୍ ଟେକ୍ନିସିଆନ୍, ଫାର୍ମାସିଷ୍ଟ, ହସ୍ପିଟାଲ୍ କର୍ମଚାରୀ, ଏପରିକି ରିସେପ୍ସନିଷ୍ଟମାନେ ମଧ୍ୟ ସାମିଲ ହୋଇଥିଲେ।
ଦୁଇଟି ଗୋଷ୍ଠୀ ଗଠନ କରାଯାଇଥିଲା ଗୋଟିଏରେ ୧୨୩ ଜଣ ସ୍ୱାସ୍ଥ୍ୟକର୍ମୀ ଥିଲେ, ଯେଉଁମାନେ ସ୍ୱତନ୍ତ୍ର ଭାବେ ଦୁଇଥର ଦୈନିକ ୨୮ ଦିନିଆ ପ୍ରାଣାୟମ ମଡ୍ୟୁଲ ପ୍ରସ୍ତୁତ କରିଥିଲେ ଏବଂ ଦ୍ୱିତୀୟ ଗୋଷ୍ଠୀରେ ୧୨୭ ଜଣ ସଦସ୍ୟ ଥିଲେ, ଯେଉଁମାନେ ପ୍ରାଣାୟମ ଅଭ୍ୟାସ ନକରି ନିଜର ଦୈନନ୍ଦିନ କାମରେ ମନୋନିବେଶ କରିଥିଲେ।

୨୮ ଦିନ ପରେ ଜଣାପଡ଼ିଲା ଯେ କେବଳ ଜଣେ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଥିଲେ। ଯିଏକି ପ୍ରାଣାୟାମ ବେଳେ ନିୟମିତ ନ ଥିଲେ। ସେ ଜଣେ ହସ୍ପିଟାଲ୍ କେୟାରଟେକର୍। କୋଭିଡ୍ ପରୀକ୍ଷାକ ରିଥିଲେ କିନ୍ତୁ ସାମାନ୍ୟ ଲକ୍ଷଣ ଦେଖାଦେଇଥିଲା। ଦ୍ୱିତୀୟ ଗୋଷ୍ଠୀରେ ନଅ ଜଣ କୋଭିଡରେ ଆକ୍ରାନ୍ତ ହୋଇଥିଲେ।

ଏହି ଅଧ୍ୟୟନର ସାମିଲ ଥିବା ଅନ୍ୟତମ ଲେଖକ ଡକ୍ଟର ଇଶ୍ୱର ଭି ବାସଭାରାଦ୍ଦି କହିଛନ୍ତି, ପ୍ରାଣାୟାମ କୋଭିଡ ସଂକ୍ରମଣର ସମ୍ଭାବନାକୁ ହ୍ରାସ କରିବା ପାଇଁ ଏକ ବ୍ୟାପକ ହସ୍ତକ୍ଷେପ କରିଥାଏ।

ସେହିପରି ଆୟୁଷ ମନ୍ତ୍ରଣାଳୟ ଅଧୀନରେ ଥିବା ଏକ ସ୍ୱୟଂଶାସିତ ସଂଗଠନ ମୋରାରଜୀ ଦେଶାଇ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଯୋଗର ନିର୍ଦ୍ଦେଶକ କହିଛନ୍ତି, ବର୍ତ୍ତମାନର ଅଧ୍ୟୟନରୁ ଜଣାପଡିଛି ଯେ କୋଭିଡକୁ ରୋକିବା ପାଇଁ ସମସ୍ତ ବର୍ଗର ଲୋକଙ୍କ ମଧ୍ୟରେ ପ୍ରାଣାୟମ ମଡ୍ୟୁଲକୁ ପ୍ରୋତ୍ସାହିତ କରାଯାଇପାରିବ କାରଣ । କାରଣ କରୋନାକୁ ରୋକିବାରେ ରୋଗ ପ୍ରତିରୋଧକ ଶକ୍ତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

ଉଲ୍ଲେଖଯୋଗ୍ୟ, କେବଳ କରୋନା ନୁହଁ ବିଭିନ୍ନ ଲାଇଫ ଷ୍ଟାଇଲ ଡିଜିଜ, ଗ୍ୟାସ, ପେଟ ସମସ୍ୟା ପାଖରୁ ଆରମ୍ଭ କରି ନିଦ୍ରାହୀନତା, ମାନସିକ ଶାନ୍ତି ଆଦିରେ ନିୟମିତ ଯୋଗର ଗୋଟିଏ ବଡ଼ ଅବଦାନ ରହିଛି ବୋଲି ବିଭିନ୍ନ ଅନୁଧ୍ୟାନ ରିପୋର୍ଟରୁ ଜଣାପଡ଼ିଛି।

Leave A Reply

Your email address will not be published.