Latest Odisha News

BREAKING NEWS

ରାଜ୍ୟର ଏହି ଶିଳ୍ପ ସମୃଦ୍ଧ ଜିଲ୍ଲାରେ ବଢୁଛି ବାଲ୍ୟ ବିବାହ, କେନ୍ଦ୍ର ଦେଲା ରିପୋର୍ଟ

ଅନୁଗୋଳ: ରାଜ୍ୟର ଅନ୍ୟତମ ପ୍ରମୁଖ ଶିଳ୍ପ ସମୃଦ୍ଧ ଜିଲ୍ଲା ଅନୁଗୋଳରେ ବଢୁଛି ବାଲ୍ୟ ବିବାହ । ଅର୍ଥାତ ୧୮ ବର୍ଷ ହେବା ପୂର୍ବରୁ ଅଧିକାଂଶ ଝିଅଙ୍କର ଏହି ଜିଲ୍ଲାରେ ହେଉଛି ବାହାଘର। କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ନିକଟରେ କରିଥିବା ସର୍ଭେରୁ ଏଭଳି ଏକ ରିପୋର୍ଟ ସାମ୍ନାକୁ ଆସିଛି। ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ରିପୋର୍ଟରୁ ଜଣାପଡିଛି କିଛି ସ୍ଥାନରେ ପରିବାର ଲୋକେ ଝିଅକୁ ୧୮ ପୂର୍ବରୁ ହାତ ଗଣ୍ଠି ବାନ୍ଧି ଦେଇ ନିଜ ନିଜ ଦାୟିତ୍ୱରୁ ମୁକ୍ତ ହେବାକୁ ପ୍ରୟାସ କରିଛନ୍ତି, ଅନ୍ୟ କେଉଁଠି ପ୍ରେମ ସମ୍ପର୍କ ପାଇଁ ଝିଅ ମାନେ ନିଜ ଜୀବନସାଥି ବାଛି ପଳାଇ ଯାଉଛନ୍ତି ବା ଯାଇଛନ୍ତି। ତେବେ ଜିଲ୍ଲାରେ ଏପରି ବାଲ୍ୟ ବିବାହ ବଢିବା ପଛରେ ଜିଲ୍ଲା ପ୍ରଶାସନର ଢିଲାପଣକୁ ମଧ୍ୟ ଇଙ୍ଗିତ କରିଛି। ତେଣୁ ଆବଶ୍ୟକ ଅନୁଯାୟୀ ପଦକ୍ଷେପ ନନେଲେ ସଂପୃକ୍ତ ବାଲ୍ୟ ବିବାହ କରିଥିବା ପରିବାରର ଭବିଷ୍ୟତ ପିଢି ଅଡୁଆରେ ପଡ଼ିବାର ସମ୍ବାବନା ରହିଛି।

ସର୍ଭେ ସମୟରେ କେତେ ଜଣ ନାବାଳିକା ଗର୍ଭବତୀ ହୋଇଥିଲେ କିମ୍ବା ଶିଶୁ ପ୍ରସବ କରାଇଥିଲେ? ଦିଗକୁ ଗୁରୁତ୍ୱ ଦିଆଯାଇଥିଲା। ଯାହାର ରିପୋର୍ଟ ଚିନ୍ତାଜନକ ରହିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନ୍ୟାସ୍‌ନାଲ୍‌ ଫାମିଲି ହେଲ୍‌ଥ ସର୍ଭେ (ଏନ୍‌ଏଫ୍‌ଏଚ୍‌ଏସ୍‌-୫) କରିଥିଲା। ୨୦୧୯ ମସିହାରୁ ୨୦୨୧ମସିହାର ତଥ୍ୟ ନେଇ ଏ ସର୍ଭେ ରିପୋର୍ଟ ଆସିଛି। ରିପୋର୍ଟ ଅନୁଯାୟୀ, ସର୍ଭେରେ ସାମିଲ ହୋଇଥିବା ମହିଳାଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାର ଏପରି ୨୫ ପ୍ରତିଶତ ମହିଳା ରହିଛନ୍ତି ଯେଉଁମାନେ ବିବାହ ପାଇଁ ଆବଶ୍ୟକ ବୟସ ପୂରଣ କରିନାହାନ୍ତି । ଏବେ ଏହି ମହିଳାଙ୍କ ବୟସ ୨୦-୨୪ବର୍ଷ ରହିଛି। ଯାହାକି ୨୦୧୫-୧୬ ମସିହାରେ ହୋଇଥିବା ନ୍ୟାସ୍‌ନାଲ୍‌ ଫାମିଲି ହେଲ୍‌ଥ ସର୍ଭେରେ କିନ୍ତୁ ଏହି ସଂଖ୍ୟା ଆହୁରି କମ୍‌ ଥିଲା।

ସେହିପରି ଗଲା ୫ବର୍ଷ ମଧ୍ୟରେ ଅନୁଗୁଳରେ ନାବାଳିକା ଗର୍ଭବତୀ ଏବଂ ନାବାଳିକା ପ୍ରସୂତିଙ୍କ ସଂଖ୍ୟା ବଢ଼ିଛି। ଗତ ୫ବର୍ଷ ମଧ୍ୟରେ ଏ ସଂଖ୍ୟା ବି ତିନି ପ୍ରତିଶତ ବୃଦ୍ଧି ପାଇଛି। ୨୦୧୫-୧୬ରେ ଏହି ସଂଖ୍ୟା ୯.୯ପ୍ରତିଶତ ଥିଲା। ଏବେ ଏହା କିନ୍ତୁ ୧୨.୨ପ୍ରତିଶତରେ ପହଞ୍ଚିଛି। ଯାହାକି ବେଶ୍ ଉଦବେଗଜନକ।

ତେବେ ୨୦୧୫-୧୬ରେ ରାଜ୍ୟରେ ବାଲ୍ୟ ବିବାହ ୨୧.୩ ପ୍ରତିଶତ ଥିଲା। ୨୦୧୯-୨୧ ସର୍ଭେରେ ଏହି ସଂଖ୍ୟା ୨୦.୫ପ୍ରତିଶତକୁ ଖସିଛି। କିନ୍ତୁ ଅନୁଗୋଳ ଜିଲ୍ଲାରେ ତିନି ପ୍ରତିଶତ ବାଲ୍ୟ ବିବାହ ବୃଦ୍ଧି ବଢ଼ିଛି।

Leave A Reply

Your email address will not be published.