Latest Odisha News

BREAKING NEWS

ସ୍ତ୍ରୀର କେମୋଥେରାପୀ ପାଇଁ ୧୪୦ କିମି ସାଇକେଲ ଚଳାଇଲେ ଦିନ ମଜୁରିଆ !

ତାମିଲନାଡୁ : ସାରା ଦେଶରେ ଲକ୍-ଡାଉନ୍ ପାଇଁ ଲୋକଙ୍କର ଅଗଣିତ ଅଭିଯୋଗ । ହେଲେ ସମସ୍ତ ବାଧାବିଘ୍ନକୁ ଆଡେଇ ଜଣେ ବ୍ୟକ୍ତି ସାଇକେଲରେ ସ୍ତ୍ରୀକୁ ବସାଇ ୧୪୦ କିମି ଅତିକ୍ରମ କରି ହସ୍ପିଟାଲରେ ପହଂଚିବା ଘଟଣା ସମସ୍ତଙ୍କୁ ଚକିତ କରିଛି ।

୬୫ବର୍ଷୀୟ ଦିନ ମଜୁରିଆ ଅରିଭଜାଗନ । ମାର୍ଚ୍ଚ ୩୧ରେ ସ୍ତ୍ରୀର କେମୋ ଥେରାପୀ ଥିବାରୁ ପୁଡୁଚେରୀର ଜୱାହରଲାଲ ଇନଷ୍ଟିଟ୍ୟୁଟ୍ ଅଫ୍ ପୋଷ୍ଟ ଗ୍ରାଜୁଏସନ ମେଡିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ ହସ୍ପିଟାଲରେ ନିର୍ଦ୍ଧାରିତ ସମୟରେ ପହଂଚିଥିଲେ ।

ହେଲେ ଏଥିପାଇଁ ତାଙ୍କୁ କୌଣସି ସରକାରୀ ସହାୟତା କିମ୍ବା ସେ କୌଣସି ମୋଟର ଯାନର ବ୍ୟବହାର କରିନଥିଲେ । ବରଂ ସ୍ତ୍ରୀ ମଂଜୁଳାକୁ ସକାଳ ୪.୪୫ମିନିଟରେ ସାଇକଲରେ ବସାଇ ୧୪୦ କିମି ଚଳାଇ ଦିନ ୧୦.୧୫ରେ JIPMER ହସ୍ପିଟାଲରେ ପହଂଚିଥିଲେ ।

କରୋନା ମହାମାରୀ ପାଇଁ ହସ୍ପିଟାଲରେ କ୍ୟାନ୍ସର ବିଭାଗ ବନ୍ଦ ଥିଲେ ବି ତାଙ୍କ ଘଟଣା ଜାଣି ଡାକ୍ତରମାନେ ଚିକିତ୍ସା କରିଥିଲେ । ରାତିରେ ହସ୍ପିଟାଲରେ ରଖି, ଖାଇବା ଦେଇ ପରଦିନ ତାଙ୍କୁ ଆମ୍ବୁଲାନ୍ସ ଜରିଆରେ ଘରକୁ ପଠାଇଥିଲା JIPMER ହସ୍ପିଟାଲ୍ ।

Leave A Reply

Your email address will not be published.