Latest Odisha News

BREAKING NEWS

୮ ଲୋକଙ୍କ ଦାୟିତ୍ୱହୀନତା ଯୋଗୁ ୧୯୧୭ ସଂକ୍ରମିତ ହେଲେ

ନୂଆଦିଲ୍ଲୀ: କରୋନା ଭାଇରସକୁ ରୋକିବା ପାଇଁ ସାରା ବିଶ୍ୱରେ ତତ୍ପରତା ପ୍ରକାଶ ପାଇଛି । ତେବେ କେତେଜଣଙ୍କ ଦାୟିତ୍ୱହୀନତା ଯୋଗୁ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଯାଇଥିଲା । ରିପୋର୍ଟ ମୁତାବକ ଦିଲ୍ଲୀ, ମଧ୍ୟପ୍ରଦେଶ, ଉତରପ୍ରଦେଶ, ବିହାର ଓ ରାଜସ୍ଥାନରେ ମାତ୍ର ୮ଜଣ ଲୋକଙ୍କ ମୂର୍ଖାମୀ ଓ ଦାୟିତ୍ୱହୀନତା ଯୋଗୁ ୧୯୧୭ ଲୋକ କରୋନା ସଂକ୍ରମିତ ହୋଇଥିଲେ ।

ଯଦି ଲକଡାଉନ ଏବଂ ସରକାରଙ୍କ ଅନ୍ୟ କଟକଣାକୁ ଲୋକମାନେ ଗୁରୁତ୍ୱ ସହକାରେ ପାଳନ କରିଥାନ୍ତେ ତାହେଲେ କରୋନା କବଳରୁ ମୁକୁଳିବା କିଛି ବଡକଥା ହୋଇ ନ ଥାନ୍ତା । ତବଲିଗ ଜମାତର ସଦସ୍ୟଙ୍କ ଭୁଲ ସାରା ଦେଶ ଭୋଗୁଛି । ସେହିପରି ମୁମ୍ବାଇର ଜଣେ ୬୫ ବର୍ଷୀୟା ସଂକ୍ରମିତ ମହିଳା କର୍ପୋରେଟର ଟିଫିନ ବାଂଟିବା ଏବଂ ଉତରପ୍ରଦେଶର ସିଜଫାୟର କମ୍ପାନୀର ଦାୟିତ୍ୱହୀନତା ଏହାର ପ୍ରମୁଖ ଉଦାହରଣ ।

Leave A Reply

Your email address will not be published.