Latest Odisha News

ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବେ ଷ୍ଟେଇନ୍ !

ଏବି ଡି’ଭିଲର୍ସଙ୍କ ପରେ ଜାତୀୟ ଦଳକୁ ଫେରିବା ନେଇ ଦକ୍ଷିଣ ଆଫ୍ରିକାର ଭେଟେରାନ୍ ପେସ୍ ବୋଲର ଡେଲ ଷ୍ଟେଇନ ଉଦ୍ୟମ ଆରମ୍ଭ କରିଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ,  ୨୦୨୦ରେ ହେବାକୁ ଥିବା ଟି୨୦ ବିଶ୍ୱକପରେ ଖେଳିବାକୁ ତାଙ୍କର ଆଗ୍ରହ ରହିଛି । ସେ କାନ୍ଧ ସମସ୍ୟା ଯୋଗୂୁ ସେ ଗତ ବର୍ଷ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ ।

ତେବେ ଏହି ୩୬ ବର୍ଷୀୟ ପେସ ବୋଲର ବିଗ୍ ବାଶ ଲିଗ୍ରେ ମେଲବୋର୍ନ ଷ୍ଟାର୍ସ ପକ୍ଷରୁ ଖେଳୁଛନ୍ତି । ତାଙ୍କ ପ୍ରଦର୍ଶନ ମଧ୍ୟ ପ୍ରଶଂସନୀୟ ରହିଛି । ଆସନ୍ତା ମାସରେ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ସିରିଜରେ ଖେଳିବା ନେଇ ସେ ଆଶାୟୀ ଅଛନ୍ତି ।

ଫିଟନେସ ଟେଷ୍ଟ ଏବଂ ପ୍ରଦର୍ଶନକୁ ବିଚାରକୁ ନେଲେ ଚୟନ କମିଟି ମୋତେ ଦଳରେ ନେବ ବୋଲି ଷ୍ଟେଇନ ଆଶାୟୀ ଅଛନ୍ତି । ଏହାବ୍ୟତୀତ ଲଙ୍ଗ ଫର୍ମାଟରେ ଖେଳିବା ନେଇ ସେ ଆଉ ଆଗ୍ରହୀ ନାହାଁନ୍ତି ବୋଲି କହିଛନ୍ତି ।

Leave A Reply

Your email address will not be published.