Latest Odisha News

BREAKING NEWS

ଆଗାମୀ ୪୮ ଘଣ୍ଟା ମଧ୍ୟରେ ପୁଣି ଫେରିବ ଶୀତ

ଭୁବନେଶ୍ୱର: ରାଜ୍ୟରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ପୁଣି ଶୀତ ଲହରୀ ଫେରିବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ ସତର୍କ କରାଯାଇଛି ।

“ଆଜି ପୁରୀର ଉପକୂଳବର୍ତ୍ତୀ ଅଞ୍ଚଳର ଭିନ୍ନ ଭିନ୍ନ ସ୍ଥାନ ସମେତ ନବରଙ୍ଗପୁର, ମାଲକାନଗିରି, ରାୟଗଡା, ବଲାଙ୍ଗିର, କେନ୍ଦୁଝର, ସୋନପୁର, ଅନୁଗୁଳ, ଢେଙ୍କାନାଳ ଓ ବରଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଏଥିସହିତ ଉତ୍ତର-ଉତ୍ତର-ପଶ୍ଚିମରେ ପବନର ପ୍ରବାହ ଯୋଗୁଁ ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାତ୍ରିର ତାପମାତ୍ରା ୪ରୁ ୫ଡିଗ୍ରି ସେଲସିୟସ୍ ହ୍ରାସ ପାଇବ” ବୋଲି ଆଇଏମଡି ପକ୍ଷରୁ ସୂଚନା ମିଳିଛି ।

ଆହୁରି ମଧ୍ୟ ଗତ ୨୪ ଘଣ୍ଟା ମଧ୍ୟରେ ତଥା ଶନିବାର ଦିନ ତାଳଚେରରେ ସର୍ବାଧିକ ୫୮ ଏମଏମ ବର୍ଷା ରେକର୍ଡ କରାଯାଇଥିବା ବେଳେ ବାଲେଶ୍ୱର (୨୨.୪), କେନ୍ଦୁଝର (୧୪.୮), ଅନୁଗୁଳ (୧୨.୬), ଭୁବନେଶ୍ୱର (୧୨.୩), ଫୁଲବାଣୀ (୯.୪) ଓ ଭବାନୀପାଟଣା (୯.୨) ରହିଛି ।

ଏହାବ୍ୟତିତ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଘନ କୁହୁଡି ପଡିବ ବୋଲି ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନରୁ ଜଣାପଡିଛି ।

ତେବେ ଏଭଳି ସ୍ଥିତି ଆଗାମୀ ୩ ଦିନ ତଥା ଜାନୁଆରୀ ୬ ତାରିଖ ଯାଏଁ ଲାଗି ରହିବ ବୋଲି ଆଇଏମଡି ପକ୍ଷରୁ ଆକଳନ କରାଯାଇଛି ।

Leave A Reply

Your email address will not be published.