Latest Odisha News

BREAKING NEWS

ଜାଣନ୍ତୁ, କିପରି ରହିବ ଭାରତୀୟ କ୍ରିକେଟ ଦଳର ୨୦୨୦ କାର୍ଯ୍ୟସୂଚୀ

ନୂଆଦଲ୍ଲୀ: ଗତବର୍ଷ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ଟିମ୍ ଇଣ୍ଡିଆ ବିଶ୍ୱ କ୍ରିକେଟରେ ନିଜର ପ୍ରଭାବ ଜାରୀ ରଖିଥିଲେ ।୨୦୨୦ରେ ଏହି ସଫଳତା ବଜାୟ ରଖିବା ନେଇ ବିରାଟ କୋହଲୀ ନେତୃତ୍ୱାଧୀନ ଦଳ ଆଶାୟୀ ରହିଛି ।

ଗତ ଦଶନ୍ଧିରେ ଟିମ୍ ଇଣ୍ଡିଆ ୨୮୧ ମ୍ୟାଚରେ ବିଜୟ ହାସଲ କରିଛି । ଏଥିରେ ୫୬ ଟେଷ୍ଟ, ୨୨୫ ଦିନିକିଆ ସାମିଲ ରହିଥିଲା ।

ଚଳିତ ବର୍ଷ ଭାରତ ଅନେକଗୁଡିଏ କ୍ରିକେଟ ମ୍ୟାଚ ଖେଳିବ । ଏଥିମଧ୍ୟରେ ୩ଟି ବିଶ୍ୱକପ ସାମିଲ ୧୯ ବର୍ଷରୁ କମ୍ ଟି୨୦ ବିଶ୍ୱକପ, ମହିଳା ଟି୨୦ ଓ ପୁରୁଷ ଟି୨୦ ।

୨୦୨୦ରେ ଟିମ୍ ଇଣ୍ଡିଆର କ୍ରିକେଟ କାର୍ଯ୍ୟସୂଚୀ:

ଆଇସିସି ୧୯ ବର୍ଷରୁ କମ୍ ବିଶ୍ୱକପ: ଜାନୁୟାରୀ ୧୭ରୁ ଫେବୃୟାରୀ ୯

ଶ୍ରୀଲଙ୍କା ବିପକ୍ଷରେ ଟି୨୦ ସିରିଜ : ଜାନୁୟାରୀ ୫ରୁ୧୦

ଅଷ୍ଟ୍ରେଲିଆ ବିପକ୍ଷରେ ୩ ଦିନିକିଆ: ଜାନୁୟାରୀ ୧୪ରୁ ୧୯

ନ୍ୟୁଜିଲାଣ୍ଡ ବିପକ୍ଷରେ ୫ଟି୨୦, ୩ ଦିନିକିଆ, ୨ ଟେଷ୍ଟ : ଜାନୁୟାରୀ ୨୪ରୁ ମାର୍ଚ୍ଚ ୪

ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ ଦିନିକିଆ: ମାର୍ଚ୍ଚ ୧୨ରୁ ୧୮

ଇଣ୍ଡିଆନ ପ୍ରିମିୟର ଲିଗ୍: ମାର୍ଚ୍ଚ-ମେ

ଏସିଆକପ୍: ସେପ୍ଟମ୍ବରରେ

ଇଂଲଣ୍ଡର ଭାରତ ଗସ୍ତ : ଅକ୍ଟୋବର ୨୦୨୦

ଆଇସିସି ପୁରୁଷ ଟି୨୦ ବିଶ୍ୱକପ (ଅକ୍ଟୋବର ୧୮ରୁ ନଭେମ୍ବର ୧୫)

ଅଷ୍ଟ୍ରେଲିଆ ବିପକ୍ଷରେ ୪ ଟେଷ୍ଟ, ୩ ଦିନିକିଆ: ନଭେମ୍ବରରୁ ଜାନୁୟାରୀ ୨୦୨୧

ଭାରତ-ଇଂଲଣ୍ଡ-ଅଷ୍ଟ୍ରେଲିଆ ତ୍ରିରାଷ୍ଟ୍ରୀୟ ମହିଳା ସିରିଜ: ଜାନୁୟାରୀ ୩୧ରୁ ଫେବୃୟାରୀ ୧୨

ମହିଳା ଟି୨୦ ବିଶ୍ୱକପ: ଫେବୃୟାରୀ ୨୧ରୁ ମାର୍ଚ୍ଚ ୮

 

Leave A Reply

Your email address will not be published.