Latest Odisha News

BREAKING NEWS

ଗଣବଳାତ୍କାରର ଶିକାର ହୋଇଥିବା ନାବାଳିକା କଲା ଆତ୍ମହତ୍ୟା;ମାମଲା ରୁଜୁ

ପାଟନା: ଉତ୍ତରପ୍ରଦେଶର ହାଥ୍ରାସରେ ଜଣେ ୨୦ବର୍ଷ ବୟସ୍କା ମହିଳାଙ୍କୁ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଦେଶବ୍ୟାପୀ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ବିହାରର ଗୟା ଜିଲ୍ଲାର ଜଣେ ଦଳିତ ନାବାଳିକା ଶୁକ୍ରବାର ଦିନ ଆତ୍ମହତ୍ୟା କରିଥିବା ପୋଲିସ ସୂଚନା ଦେଇଛି ।

ପୋଲିସର ସୂଚନାନୁସାରେ, ଝିଅଟି ଗଣବଳତ୍କାର ର ଶିକାର ହୋଇଥିଲା । ପିତାମାତା ଚାରିଜଣ ଅଭିଯୁକ୍ତଙ୍କ ମଧ୍ୟରୁ ତିନିଜଣଙ୍କ ନାମ ରାହୁଲ କୁମାର, ଚିଣ୍ଟୁ କୁମାର ଏବଂ ଚନ୍ଦନ କୁମାରଙ୍କ ନାମରେ ମାମଲା ଦାୟର କରିଛନ୍ତି। ଚତୁର୍ଥ ଅଭିଯୁକ୍ତ ଜଣକ ଅଜ୍ଞାତ ରହିଥିବା ବୋଲି ପୋଲିସ କହିଛି।

ସୂଚନାନୁସାରେ, ଗୟା ମେଡିକାଲ କଲେଜରେ ଶରୀରର ଶବ ବ୍ୟବଚ୍ଛେଦ କରାଯାଇଥିଲା ଏବଂ ଫଳାଫଳକୁ ଅପେକ୍ଷା କରାଯାଇଛି।

Comments are closed.