Latest Odisha News

ରାଜ୍ୟର ୬ଟି ଜିଲ୍ଲାକୁ ବିପଦପୂର୍ଣ୍ଣ କାଳବୈଶାଖୀ ସତର୍କ ସୂଚନା, ଘଡ଼ଘଡ଼ି ସହ ପ୍ରବଳ ବୃଷ୍ଟିପାତ ଆଶଙ୍କା

ଭୁବନେଶ୍ୱର: ରାଜ୍ୟର ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ଗୁରୁବାର ଦିନ ୬ଟି ଜିଲ୍ଲାରେ ବିପଦପୂର୍ଣ୍ଣ କାଳବୈଶାଖୀ ହେବାର ଆଲର୍ଟ କରିଛନ୍ତି । ଏସଆରସି ପକ୍ଷରୁ ଯେଉଁସବୁ ଜିଲ୍ଲାଗୁଡ଼ିକୁ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି ସେହି ଜିଲ୍ଲାଗୁଡ଼ିକ ହେଲା – ବୌଦ୍ଧ, ନୟାଗଡ଼, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର ଓ ଦେଓଗଡ଼ ଜିଲ୍ଲା ।

ଆର୍ଥ ନେଟୱର୍କର ସୂଚନାନୁଯାୟୀ, ଏସଆରସି କହିଛନ୍ତି, ରାଜ୍ୟର ଯେଉଁସବୁ ଅଞ୍ଚଳମାନଙ୍କରେ ବିପଦପୂର୍ଣ୍ଣ ଭାବେ ଘଡ଼ଘଡ଼ି ସହିତ କାଳବୈଶାଖୀ ବୃଷ୍ଟିପାତ ଅନୁଭୁତ ହେବ ସେହିସବୁ ଅଞ୍ଚଳଗୁଡ଼ିକ ହେଲା – କେନ୍ଦୁଝର ଜିଲ୍ଲାର ବଂଶପାଳ, ପାଟଣା, ହରିଚନ୍ଦନପୁର, ତେଲକୋଇ, ଝୁମ୍ପୁରା ଏବଂ ଘଟଗାଁ ବ୍ଲକ । ସେହିପରି ଅନୁଗୁଳ ଜିଲ୍ଲାର ପାଲଲହଡ଼ା ବ୍ଲକରେ ମଧ୍ୟ କାଳବୈଶାଖୀ ସନ୍ଧ୍ୟା ସମୟରେ ଅନୁଭୁତ ହେବାର ଆଶଙ୍କା ରହିଛି ।

ସେହିପରି ଭାବେ ଢେଙ୍କାନାଳ ଜିଲ୍ଲାର କଙ୍କଡ଼ାହାଡ଼, ଅନୁଗୁଳ ଜିଲ୍ଲାର ତାଳଚେର, କଣିହା, ଛେଣ୍ଡିପଦା, ପାଲଲହଡ଼ା ଏବଂ ଦେଓଗଡ଼ ବ୍ଲକର ରିଆମାଳ ବ୍ଲକରେ କାଳବୈଶାଖୀ ଆଶଙ୍କା ରହିଛି ।

କାଳବୈଶାଖୀ ଆଶଙ୍କା ବୌଦ୍ଧ ଜିଲ୍ଲାର ହାଡ଼ଭଙ୍ଗା ଏବଂ ନୟାଗଡ଼ ଜିଲ୍ଲାର ଗଣିଆ ଏବଂ ଦଶପଲ୍ଲା ବ୍ଲକରେ ମଧ୍ୟ ରହିଛି ବୋଲି ସୂଚନା ହସ୍ତଗତ ହୋଇଛି ।

ରାଜ୍ୟର ଯେଉଁ ୧୧ଟି ଜିଲ୍ଲାରେ ପ୍ରବଳ ବୃଷ୍ଟିପାତର ସମ୍ଭାବନା ରହିଛି ସେହି ଜିଲ୍ଲା ଗୁଡ଼ିକ ହେଲା – ଅନୁଗୁଳ, ସମ୍ବଲପୁର, ଦେଓଗଡ଼, ଢ଼େଙ୍କାନାଳ, ଗଞ୍ଜାମ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡା, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଆଦି ଜିଲ୍ଲା ।

Leave A Reply

Your email address will not be published.