Latest Odisha News

ନବୀନ ନିବାସରେ ଆଶାୟୀ ପ୍ରାର୍ଥୀଙ୍କ ପ୍ରବଳ ଭିଡ଼

ଭୁବନେଶ୍ୱର: ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନ ଲାଗି ବିଜେଡ଼ି ପ୍ରାର୍ଥୀ ଘୋଷଣା ଯେକୌଣସି ମୂହୁର୍ତ୍ତରେ ହେବାର ସମ୍ଭାବନା ରହିଥିବାରୁ ନବୀନ ନିବାସ ସମ୍ମୁଖରେ ଆଶାୟୀ ପ୍ରାର୍ଥୀଙ୍କ ଭିଡ଼ ବୃଦ୍ଧି ପାଇବାରେ ଲାଗିଛି ।

ପାର୍ଟି ସୂତ୍ରରୁ ଜଣାପଡ଼ିଛି, ବିଜେଡ଼ି ଟିକଟରେ ପ୍ରାର୍ଥୀ ନିଶ୍ଚିତ ଜିତି ନିର୍ବାଚନ ବୈତରଣୀ ପାରହେବା ନିଶ୍ଚିତତା ଜାଣି ଦଳ ପକ୍ଷରୁ ଟିକଟ ବଣ୍ଟନ ପୂର୍ବରୁ ଏପରି ଭିଡ଼ ହେବା ସ୍ୱଭାବିକ । ଦଳୀୟ ନେତୃତ୍ୱଙ୍କ ସୂଚନାନୁଯାୟୀ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଏବଂ କୋରାପୁଟ ଜିଲ୍ଲାର ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ନିର୍ବାଚନ ଆସନର ପ୍ରାର୍ଥୀ ଘୋଷଣା ଖୁବଶିଘ୍ର ହେବାକୁ ଯାଉଛି ।

ତେବେ ନବୀନ ନିବାସରେ କେତେଜଣ ଜଣାଶୁଣା ବିଜେଡ଼ି ନେତାଙ୍କ ଭିଡ଼ ପରିଲକ୍ଷିତ ହୋଇଥିବା ସୂଚନା ହସ୍ତଗତ ହୋଇଛି । ସେହି ବରିଷ୍ଠ ନେତାମାନେ ହେଲେ ଗଞ୍ଜାମ ଜିଲ୍ଲାର ପୂର୍ବତନ ମନ୍ତ୍ରୀ ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ବିକ୍ରମ ପଣ୍ଡା, ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଏବଂ ଚନ୍ଦ୍ରଶେଖର ସାହୁ ପ୍ରମୁଖ ।

ଏପରିକି ପୂର୍ବତନ ବିଜେଡ଼ି ନେତା ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ମଧ୍ୟ ନବୀନ ନିବାସରେ ଦେଖିବାକୁ ମିଳିଛି । ବିଜେଡ଼ି ଟିକଟର ଆଶା ଥିବା ନେଇ ପ୍ରଶ୍ନର ଉତ୍ତରରେ ସମ୍ବିତ କହିଛନ୍ତି ସେ ପାରାଦୀପ ଆସନ ଲାଗି ଆଶାୟୀ ପ୍ରାର୍ଥୀ ଅଛନ୍ତି ।

ତାଙ୍କ ବାପାଙ୍କୁ ପୁନର୍ବାର ବିଜେଡ଼ିକୁ ଫେରାଇ ଆଣିବା ସମ୍ପର୍କରେ ପ୍ରଶ୍ନ ପଚରାଯିବାରୁ ସେ କହିଛନ୍ତି, “ବାପା କେବେବି ଜୀବନରେ କୌଣସି କଥାକୁ କମ୍ପ୍ରମାଇଜ୍ କରିନାହାନ୍ତି,” ବୋଲି କହିଛନ୍ତି ସେ ।

ଏଠାରେ ଉଲ୍ଲେଖଯୋଗ୍ୟ, ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ଅନୁଯାୟୀ, ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ଲାଗି ପ୍ରାର୍ଥୀ ପତ୍ର ଦାଖଲ ପ୍ରକ୍ରିୟା ମାର୍ଚ୍ଚ ୧୮ ତାରିଖରେ ଦାଖଲ ହେବା ଆରମ୍ଭ ହେବ ।

Leave A Reply

Your email address will not be published.