Latest Odisha News

BREAKING NEWS

ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ତାରିଖ ଘୋଷଣା, ଏହି ଦିନ ଅନୁଷ୍ଠିତ ହେବ…

କଟକ: ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ପ୍ରକାଶ ପାଇଲା ତାରିଖ । ଆସନ୍ତା ଜୁଲାଇ ୨ ତାରିଖରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା । ଏହା ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ । ସକାଳ ୯ ଟାରୁ ଦିନ ୧୧ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ପରୀକ୍ଷା ହେବ ।

ପରୀକ୍ଷାର ପ୍ରଥମ ଦିନରେ ମାତୃଭାଷା ରହିଛି । ୪ ତାରିଖରେ ଇଂରାଜୀ, ୫ରେ ଟିଏଲ୍‌ଭି ପ୍ରାକ୍ଟିକାଲ୍‌ ପରୀକ୍ଷା ହେବ । ତେବେ ୬ତାରିଖରେ ଗଣିତ ପରୀକ୍ଷା ସକାଳ ୯ଟାରୁ ଦିନ ୧୧ଟା ୪୫ ପର୍ଯ୍ୟନ୍ତ ଚାଲିବ । ୮ରେ ସାଧାରଣ ବିଜ୍ଞାନ, ୯ରେ ସାମାଜିକ ବିଜ୍ଞାନ ଏବଂ ୧୦ ତାରିଖରେ ସଂସ୍କୃତ ଓ ହିନ୍ଦୀ ବିଷୟ ପରୀକ୍ଷା ରହିଛି ବୋଲି ବୋର୍ଡ ପକ୍ଷରୁ ପ୍ରକାଶିତ ପରୀକ୍ଷା ସୂଚୀରୁ ଜଣାପଡିଛି ।

ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ (ଏସ୍‌ଓଏସ୍‌ସି) ପରୀକ୍ଷା ମଧ୍ୟ ଜୁଲାଇ ୨ରୁ ଆରମ୍ଭ ହୋଇ ୧୦ ତାରିଖ ଯାଏ ଚାଲିବ ।

Leave A Reply

Your email address will not be published.