Latest Odisha News

BREAKING NEWS

ଦାଦା ବଟି ନଦେବାରୁ ବ୍ୟବସାୟୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ପୁରୀ: ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ଗିରିମା ଗାଁରେ ଅଭାବନୀୟ ଘଟଣା । ବ୍ୟବସାୟୀଙ୍କୁ ଦାଦା ବଟି ପାଇଁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ଦୁର୍ବୃତ୍ତଙ୍କ ଭୁଜାଲି ଚୋଟରେ ଜମି ବ୍ୟବସାୟୀ ଚଗଲା ମଲ୍ଲିକଙ୍କ ହାତ ପାପୁଲି ଛିଣ୍ଡିଥିବାବେଳେ, ବୁଢ଼ା ଆଙ୍ଗୁଠି ମଧ୍ୟ ଛିଣ୍ଡି ଯାଇଥିବା ସୂଚନା ।

ତେବେ କାଲି ବିଳମ୍ବିତ ରାତିରେ ଯୋଜନାବଦ୍ଧ ଭାବେ ଚଗଲାଙ୍କୁ ଭୁଜାଲିରେ ଆକ୍ରମଣ ହେଇଛି । ଦୁଇ ଜଣ ଦୁର୍ବୃତ୍ତ ଦିନକ ତଳେ ବଟି ମାଗିଥିଲେ । ହେଲେ ଚଗଲା ବଟି ଦେବାକୁ ସିଧା ମନା କରି ଦେଇଥିଲେ । ଯାହାକୁ ନେଇ ଚଗଲାଙ୍କୁ ଦୁଇ ଦୃର୍ବୃତ୍ତ ଗୋଡେଇ ଗୋଡେଇ ହାଣିଛନ୍ତି ।

ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚଗଲା ପଡିଥିବାବେଳେ, ସ୍ଥାନୀୟ ଲୋକେ ତାଙ୍କୁ ପ୍ରଥମେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ ହେଲେ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଚଗଲାଙ୍କ ବେକ ଓ ପିଠିରେ ମଧ୍ୟ ଗଭୀର ଆଘାତ ଲାଗିଛି । ଖବରପାଇ ଘଟଣାସ୍ଥଳରେ ଗୋପ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.