Latest Odisha News

BREAKING NEWS

ଗୋପାଳପୁରରେ ‘ପ୍ରଦୀପ’ ଫ୍ୟାକ୍ଟର

ଭୁବନେଶ୍ବର: ଦିନେ ବିଜେଡିର ଗଡ ଥିବା ଗୋପାଳପୁରରେ ଏବେ ଗଣିତ ଗୋଳମାଳ । ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ ଏପଟ ସେପଟ ନିର୍ବାଚନ ବାଜି । ଗୋପାଳପୁର ବିଧାନସଭା ଆସନରୁ ତିନି ତିନି ଥର ବିଜେଡି ଟିକେଟରୁ ନିର୍ବାଚିତ ହୋଇଥିବା ପ୍ରଦୀପ ଏବେ ବିଜେପିର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ । ଦିନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ନିହାତି ଖାସ୍ ଥିବା ପ୍ରଦୀପଙ୍କୁ ଦଳ ଜନବିରୋଧୀ କହି ବହିଷ୍କାର କରିଥିଲା । ଏବେ ସେଇ ପ୍ରଦୀପ ବିଜେଡି ପାଇଁ ଗଞ୍ଜାମରେ ଚ୍ୟାଲେଞ୍ଜ ହୋଇଛନ୍ତି । ଗୋପାଳପୁରରେ ନିଜେ ନିର୍ବାଚନ ଲଢୁନଥିଲେ ବି ଗୋଟି ପ୍ରଦୀପଙ୍କର ହିଁ ଚାଲିଛି ।

ଗତଥରର ପ୍ରାର୍ଥୀ ବିଭୂତି ଭୂଷଣ ଜେନାଙ୍କୁ ରିପିଟ୍ କରିଛି ବିଜେପି । ୨୦୧୯ରେ ବିଭୂତିଙ୍କୁ ମାତ୍ ଦେଇଥିବା ପ୍ରଦୀପ ଏଥର ବିଭୂତିଙ୍କ ପାଇଁ ସବୁଠୁ ବଡ ବଳ ହୋଇଛନ୍ତି । ଗତଥର ମାତ୍ର ଦୁଇ ପ୍ରତିଶତ ଭୋଟରେ ହାରିଥିବା ବିଭୂତି ଏଥର ଗୋପାଳପୁର ଜିତିବାକୁ ଦମ୍ ଲଗାଇଛନ୍ତିା ଆଉ ତାଙ୍କ ପାଇଁ ବିଜୟ ଗଣିତ କଷୁଛନ୍ତି ନିଜେ ପ୍ରଦୀପ ପାଣିଗ୍ରାହୀ।

ଗୋପାଳପୁର ହାତଛଡା କରିବାକୁ ଚାହୁଁନି ବିଜେଡି । ପ୍ରଦୀପଙ୍କ ଚ୍ୟାଲେଞ୍ଜ ପରେ ବିଜେଡି ପାଇଁ ବି ଗୋପାଳପୁର ସମ୍ମାନର ଲଢେଇ । କାରଣ ଜିତିଲେ ପ୍ରଦୀପଙ୍କୁ ମୁହଁତୋଡ୍ ଜବାବ ଦେବ ବିଜେଡି । ଆଉ ହାରିଲେ ସମ୍ମାନ ରହିବନି । ସେଥିପାଇଁ ଦଳର ଟାଣୁଆ ନେତା ବିକ୍ରମ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି । ଟିକେଟ୍ ଘୋଷଣାର ଅନେକ ଦିନ ପୂର୍ବରୁ ଗୋପାଳପୁରରେ ସଂଗଠନ ସଜାଡିଛନ୍ତି ବିକ୍ରମ। ସେପଟେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ଶ୍ୟାମସୁନ୍ଦର ସାହୁ । ଜଣେ ସମାଜସେବୀ ଭାବେ ଜଣାଶୁଣା ଶ୍ୟାମସୁନ୍ଦରଙ୍କ ପତ୍ନୀ ନାରାୟଣପୁର ସରପଞ୍ଚ ଅଛନ୍ତି । ପ୍ରାର୍ଥୀ ଯିଏ ହେଲେ ବି କୁହାଯାଉଛି, ଗୋପାଳପୁରରେ ଲଢେଇ ପ୍ରଦୀପ ବନାମ ବିଜେଡି ।

Leave A Reply

Your email address will not be published.