Latest Odisha News

BREAKING NEWS

ବାପାଙ୍କ ପ୍ରତିମୂର୍ତ୍ତି ଆଗରେ ବିବାହ କଲେ ଝିଅ, ଭାବୁକ ହେଲେ ଅତିଥି

ଜଳଗାଁଓ(ମହାରାଷ୍ଟ୍ର): ବାପାଙ୍କର ଲାଡଲି ଝିଅ । ଦୁନିଆରେ ଜଣେ ଝିଅ ତା ବାପାଙ୍କୁ ସବୁଠୁ ଅଧିକ ଭଲ ପାଏ । ଏକଥା ପ୍ରମାଣ କରି ଦେଖାଇଛନ୍ତି ମହାରାଷ୍ଟ୍ର ଜଳଗାଁଓର ଜଣେ ଝିଅ । ନିଷ୍ଠୁର କରୋନା ତାଙ୍କ ବାପାଙ୍କୁ ସବୁଦିନ ପାଇଁ ସେମାନଙ୍କ ପାଖରୁ ଦୂରେଇ ଦେଲା ।

ଝିଅ ଚିନ୍ତା କରିଥିଲେ ବାପାଙ୍କ ସାମନାରେ ବାହା ହେବେ । ନିଜ ବାହାଘରରେ ବାପାଙ୍କ ଆବର୍ତ୍ତମାନରେ ତାଙ୍କ ଅନୁପସ୍ଥିତିକୁ ଅନୁଭବ କରିବାକୁ ଚାହୁଁ ନଥିଲେ ଝିଅ । ବିଳମ୍ବ ନକରି ବାପାଙ୍କର ପ୍ରତିମୂର୍ତ୍ତି ତିଆରି କଲେ । ସେହି ପ୍ରତିମୂର୍ତ୍ତି ଆଗରେ ବିବାହ ବନ୍ଧନରେ ଆବଦ୍ଧ ହେଲେ ।

ଜଳଗାଁଓ ଜିଲ୍ଲାର ପାଚୋରାରେ ପ୍ରିୟଙ୍କା ପାଟିଲଙ୍କ ବିବାହକୁ ନେଇ ଏବେ ସବୁଠୁ ଚର୍ଚ୍ଚା । ନିଦ ଦିବଂଗତ ବାପା ଭାଗବତ ପାଟିଲଙ୍କ ପ୍ରତିମୂର୍ତ୍ତି ଆଗରେ ବିବାହର ସମସ୍ତ ରୀତିନୀତି ହୋଇଥିଲା । ପ୍ରିୟଙ୍କାଙ୍କୁ ଲାଗୁଥିଲା ବାପା ଯେମିତି ତାଙ୍କ ଆଗରେ ବସି ଆଶୀର୍ବାଦ କରୁଛନ୍ତି ।
ବାପାଙ୍କ ପ୍ରତିମୂତ୍ତି ଆଗରେ ସାତ ଫେରା ନେଇଥିଲେ । ନୂଆ ଜୀବନର ଶୁଭାରମ୍ଭ କରିଛନ୍ତି । ପ୍ରିୟଙ୍କା କହିଥିଲେ, ଇଏ ପ୍ରତିମୂର୍ତ୍ତି ନୁହେଁ, ତାଙ୍କ ବାପା ଆଗରେ ବସିଛନ୍ତି । ଭାଗବତ ପାଟିଲ ଜଣେ ପୂର୍ବତନ ସେନା କର୍ମଚାରୀ ଥିଲେ । ତାଙ୍କର ଚାରି ଝିଅ । ଦୁଇ ଜଣଙ୍କୁ ବେଶ ଧୁମଧାମରେ ବିବାହ ଦେଇଥିଲେ ।

ତୃତୀୟ ଝିଅ ପ୍ରିୟଙ୍କାଙ୍କ ବିବାହ ପୂର୍ବରୁ କରୋନାରେ ଆଖି ବୁଜିଥିଲେ ଭାଗବତ ପାଟିଲ । ବାପାଙ୍କର ଅଧୁରା ସ୍ୱପ୍ନକୁ ପ୍ରତିମୂର୍ତ୍ତି ଆଗରେ ବିବାହ କରି ପୂରଣ କରିଛନ୍ତି ଝିଅ । ପ୍ରିୟଙ୍କାଙ୍କ ବାହାଘରରେ ଆସିଥିବା ଲୋକ ବାପା ପ୍ରତି ଝିଅର ଏଭଳି ଭଲ ପାଇବା ଦେଖି ଭାବୁକ ହୋଇ ଯାଇଥିଲେ ।

Leave A Reply

Your email address will not be published.