Latest Odisha News

ଗଞ୍ଜାମ ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ: ବିଜୁ ସ୍ବାସ୍ଥ୍ୟକାର୍ଡ ବଣ୍ଟନ ସହ ପ୍ରକଳ୍ପ ଉଦଘାଟନ

ବ୍ରହ୍ମପୁର: ଗଞ୍ଜାମରେ ଲେଖା ହେଲା ସେବା ଆଉ ବିକାଶର ନୂଆ କାହାଣୀ । ସ୍ମାର୍ଟ ସ୍ୱାସ୍ଥ୍ୟସେବା ସହ ଯୋଡ଼ି ହେଲା ଗଞ୍ଜାମ । ଦିନିକିଆ ଗସ୍ତରେ ଯାଇ ଜିଲ୍ଲାବାସୀଙ୍କୁ ବିକାଶର ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାର ୨୭ ଲକ୍ଷ ପରିବାର ସ୍ମାର୍ଟକାର୍ଡ ଦ୍ୱାରା ଉପକୃତ ହେବେ । ବିଭିନ୍ନ ପ୍ରକଳ୍ପ ଯୋଗେ ୨୧୪୦ କୋଟିରୁ ଅଧିକ ଟଙ୍କାର ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଜିଲ୍ଲା ପାଇଁ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି ।

୫୭୧ କୋଟି ଟଙ୍କା ବ୍ୟୟରେ ହୋଇଥିବା ୬୫୧ଟି ପ୍ରକଳ୍ପର ଉଦଘାଟନ, ୧୫୮୩ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ୬୪୫ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ୧୨୭ କୋଟି ଟଙ୍କାର ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । କରୋନା ବେଳେ ଗଞ୍ଜାମ ଜିଲ୍ଲା ଭଲ କାମ କରିଥିବାରୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ଗଞ୍ଜାମର ୨୫ ହଜାର ମିଶନ ଶକ୍ତି ଗ୍ରୁପ୍‌ର ମାଆ ୫ ଶହ କୋଟିର ଲୋନ୍ ନେଇ ଭଲ କାମ କରିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ।

 

Leave A Reply

Your email address will not be published.