Latest Odisha News

ମହାପ୍ରଭୁଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପୁରୀ: ତିନିଦିନିଆ ଓଡିଶା ଗସ୍ତରେ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରରେ ଆଜି ଭୋରରୁ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରି ମହାପ୍ରଭୁଙ୍କ ସାନିଧ୍ୟ ଲାଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଶ୍ରୀମନ୍ଦିରରେ ପ୍ରାୟ ୪୫ ମିନିଟ ବିତାଇବା ସହ ମଙ୍ଗଳ ଆଳତି ଦର୍ଶନ କରି କୃତାର୍ଥ ଲାଭ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ପବିତ୍ର କାର୍ତ୍ତିକ ମାସରେ ମହାପ୍ରଭୁଙ୍କ ଦର୍ଶନ କରି ସେ ଧନ୍ୟ ମନେ କରିଥିବା କହିଛନ୍ତି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ  ସହ ବିଭିନ୍ନ ଐତିହ୍ୟ ଓ ଧର୍ମୀୟ ପୀଠ ଗୁଡିକର ପୁନରୁଦ୍ଧାର ଓ ମରାମତି ଠିକ୍ ଭାବରେ କରାଯିବା ଆବଶ୍ୟକ । ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମିଳିତ ଭାବରେ ଏ ଦିଗରେ କାର୍ଯ୍ୟ କରିବେ ବୋଲି ମତ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଏଏସଆଇର ଶ୍ରୀମନ୍ଦିରର ମରାମତି କାର୍ଯ୍ୟକୁ ସନ୍ତୋଷଜନକ କହିବା ସହ ନାଟମଣ୍ଡପର ମରାମତି କାର୍ଯ୍ୟକୁ ଅନୁଧ୍ୟାନ କରି ଓ ଏଏସଆଇର କାର୍ଯ୍ୟଦକ୍ଷତାକୁ ସେ ପ୍ରଶଂସା କରିଛନ୍ତି । ଏହାସହ ରତ୍ନଭଣ୍ଡାର ଯଥାଶୀଘ୍ର ଖୋଲାଯାଉ ବୋଲି ଶ୍ରୀଯୁକ୍ତ ପ୍ରଧାନ ପ୍ରତିକ୍ରିୟା ଦେଇଛନ୍ତି ।

୩ଦିନିଆ ଓଡିଶା ଗସ୍ତରେ ଆସି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାର ଯୋଜନା ରହିଛି ।  ପ୍ରଥମେ ଶଦାଶିବ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଅନ୍ତର୍ଜାତୀୟ ତ୍ରିଦିବସୀୟ ଆଲୋଚନା ଚକ୍ରରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ ଦୁଇଟି ଭାଷାରେ ଅନୁବାଦ ହୋଇଥିବା ଲକ୍ଷ୍ମୀପୁରାଣର ମଧ୍ୟ ଲୋକାର୍ପଣ କରିବେ । ପରେ ଦୁର୍ଗାଦାସପୁରରେ ଏକ ଡାକଘର ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ସେଠାରୁ ଢେଙ୍କାନାଳ ଫେରି ସପ୍ତଶଯ୍ୟା ମହୋତ୍ସବରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ । ଆସନ୍ତାକାଲି ପୂର୍ବାହ୍ନରେ ପୁଣି ଥରେ ଶଦାଶିଵ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ଶହେ କୋଟି ମୂଲ୍ୟ ପ୍ରକଳ୍ପର ଶିଳାନ୍ୟାସ କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

 

Leave A Reply

Your email address will not be published.