Latest Odisha News

BREAKING NEWS

ଦିଲ୍ଲୀ କ୍ୟାପିଟାଲ୍ସର ନେଟ ବୋଲର କରୋନା ପଜିଟିଭ

ମୁମ୍ବାଇ: ଚଳିତ ଆଇପିଏଲରେ ଦ୍ୱିତୀୟ ଥର ପାଇଁ କରୋନା ତାର ପାଦ ଥାପିଛି । ଦିଲ୍ଲୀ କ୍ୟାପିଟାଲ୍ସର ଜଣେ ନେଟ ବୋଲର କରୋନା ପଜିଟିଭ ହୋଇଥିବା ଜଣାପଡିଛି । ଆଜି ଦିଲ୍ଲୀର ମ୍ୟାଚ ଥିଲେ ମଧ୍ୟ ଏଥିରେ କିଛି ବାଧା ଉପୁଜିବ ନାହିଁ ବୋଲି ଆୟୋଜକ କମିଟି ପକ୍ଷରୁ କୁହାଯାଇଛି । ପୂର୍ବରୁ ଦିଲ୍ଲୀ ଟିମର ଫିଜିଓ ପ୍ୟାଟ୍ରିକ ଫରହାର୍ଟ, ମିଚେଲ ମାର୍ଶ, ଟିମ ସେଫର୍ଟ ଏବଂ ୩ଜଣ ସପୋର୍ଟିଂ ଷ୍ଟାଫ କରୋନା ସଂକ୍ରମିିତ ହୋଇଥିଲେ ମଧ୍ୟ ଏହାର ପ୍ରଭାବ ମ୍ୟାଚ ଉପରେ ପଡି ନ ଥିଲା । ନେଟ ବୋଲରଙ୍କ ସଂସ୍ପର୍ଶରେ ଆସିଥିବା ଖେଳାଳି ଏବଂ ଅଧିକାରୀମାନଙ୍କୁ ଆଇସୋଲେଶନରେ ରଖାଯାଇଛି ।

ଆଜି ଦିଲ୍ଲୀ ଓ ଚେନ୍ନାଇ ମଧ୍ୟରେ ମ୍ୟାଚ ଖେଳାଯିବ । ଚେନ୍ନାଇ ନକଆଉଟ ପର୍ଯ୍ୟାୟରୁ ବାଦ ପଡିଥିଲେ ମଧ୍ୟ ଦିଲ୍ଲୀ ନିକଟରେ ସୁଯୋଗ ରହିଛି । ଦଳ ଭଲ ପ୍ରଦର୍ଶନ କରି ପରବର୍ତୀ ପର୍ଯ୍ୟାୟକୁ ଉନ୍ନୀତ ହେବାକୁ ଚାହିଁବ ।

Leave A Reply

Your email address will not be published.