Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଚ୍ଛେଦ: ରାଧାରାଣୀ ପଣ୍ଡା ହେଲେ ବିଜେପି ପ୍ରାର୍ଥୀ

ଝାରସୁଗୁଡ଼ା : ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଚ୍ଛେଦ । ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ଦଳ ଏଠାରୁ ପ୍ରାର୍ଥୀ କରିଛି । ରାଧାରାଣୀଙ୍କ ନାଁରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ମୋହର ମାରିଛି । ଆଉ ଏହା ସହ ପ୍ରଥମ ଦଳ ଭାବେ ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ନାଁ ଘୋଷଣା କରିଛି ବିଜେପି । ପୂର୍ବରୁ ବ୍ରଜରାଜନଗରରୁ ବିଧାୟିକା ରହି ସାରିଛନ୍ତି ରାଧାରାଣୀ । ତେବେ ଗତ ୨୦୧୯ ନିର୍ବାଚନରେ ବିଜେପିର ହାୱା ଥିବା ସତ୍ତେ୍ୱ ମଧ୍ୟ ରାଧାରାଣୀ ପରାଜିତ ହୋଇଥିଲା । ବିଜେଡି ଏଠାରେ ବିଜୟୀ ବାନା ଉଡାଇଥିଲା ।

ପୂର୍ବରୁ ବ୍ରଜରାଜନଗର ଉପନିର୍ବାଚନରେ ବିଜେପି କାହାକୁ ପ୍ରାର୍ଥୀ କରିବ ତାହାକୁ ନେଇ ସସପେନ୍ସ ଦେଖିବାକୁ ମିଳିଥିଲା । ରାଧାରାଣୀ ନା ସୁଜିତ କାହା ନାଁରେ ବିଜେପିର ଶୀର୍ଷ ନେତୃତ୍ୱ ମୋହର ମାରିବେ ତାହାକୁ ଅପେକ୍ଷା କରିଥିଲେ ଦଳୀୟ କର୍ମୀ । ଯେହେତୁ ରାଧାରାଣୀ ଏଠାରେ ପୂର୍ବରୁ ବିଧାୟିକା ରହି ସାରିଛନ୍ତି ତେଣୁ ତାଙ୍କ ନାଁ ଚର୍ଚ୍ଚାରେ ରହିଥିଲା ।

ସେହିଭଳି  ବ୍ରଜରାଜନଗର ବାଜି ଜିତିବାକୁ ଦଳ ପୁରୁଖା ଓ ଅଭିଜ୍ଞ ରାଧାରାଣୀଙ୍କ ଉପରେ ପୁଣିଥରେ ଭରସା କରିଛି ।

Leave A Reply

Your email address will not be published.