ନୂଆଦିଲ୍ଲୀ: ଭାରତରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର କରୋନା ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ କରୁଛି ସେରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆକୁ କାରଣ ଦର୍ଶାଅ ନୋଟିସ୍ । ଡ୍ରଗ୍ସ କଣ୍ଟ୍ରୋଲ ଜେନେରାଲ୍ ଅଫ୍ ଇଣ୍ଡିଆ ବା DCGI ପକ୍ଷରୁ ନୋଟିସ୍ ଜାରି ହୋଇଛି । ଯେଉଁଥିରେ ଉଲ୍ଲେଖ ରହିଛି, ଭ୍ୟାକସିନ୍ ଟ୍ରାଏଲ୍ ନେଇ ଉପରେ ସେରମ କମ୍ପାନୀ ତାଜା ସୂଚନା ଦେଇ ନାହିଁ ।
ବିଶ୍ୱର ଜଣାଶୁଣା ଫାର୍ମା କମ୍ପାନୀ ଆଷ୍ଟ୍ରାଜେନିକା ଅନ୍ୟ ଦେଶରେ କରୋନା ଟିକାର ପରୀକ୍ଷଣକୁ ସାମୟିକ ସ୍ଥଗିତ ରଖିଛି । DCGI ନୋଟିସରେ ଉଲ୍ଲେଖ କରିଛି ଯେ, କରୋନା ଟିକା ନେଇ ସାମନାକୁ ଆସିଥିବା ଗମ୍ଭୀର ପ୍ରତିକୂଳ ପ୍ରଭାବ ସମ୍ପର୍କିତ ଅନୁଶୀଳନ ରିପୋର୍ଟ ଦେଇ ନାହିଁ ।
ସୁରକ୍ଷା ଦୃଷ୍ଟିରୁ ଭାରତରେ କାହିଁକି ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ରିନିକାଲ୍ ଟ୍ରାଏଲକୁ ସ୍ଥଗିତ କରାଯିବନି ସେନେଇ ଜବାବ ଦାଖଲ ପାଇଁ ସେରମକୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି ।
ବ୍ରିଟେନରେ ଜଣେ ସ୍ୱେଚ୍ଛାସେବୀଙ୍କ ପାଖରେ ନକରାତ୍ମକ ପ୍ରଭାବ ଦେଖିବା ପରେ ହ୍ୟୁମାନ ଟ୍ରାଏଲକୁ ସ୍ଥଗିତ ରଖିଛି ଆଷ୍ଟ୍ରାଜେନିକା । ଏହାପରେ ସେରମ କହିଥିଲା, ଭାରତରେ ଟ୍ରାଏଲ ସ୍ଥଗିତ ହେବ ନାହିଁ ।
ଗତ ମାସରେ ଡିସିଜିଆ ପୁଣେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆକୁ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କରୋନା ଟିକା ପରୀକ୍ଷଣ ପାଇଁ ଅନୁମତି ଦେଇଥିଲେ । ଦେଶର ୧୭ଟି ହସ୍ପିଟାଲରେ ପାଖାପାଖି ହଜାରେ ଲୋକଙ୍କ ଉପରେ ଏହାର ପରୀକ୍ଷଣ ହେବାର ଥିଲା । ଏବେ ଆଷ୍ଟ୍ରାଜେନିକା-ଅକ୍ସଫୋର୍ଡ ଟିକାର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
Comments are closed.