Latest Odisha News

BREAKING NEWS

ବିଜେବି କଲେଜରେ ସାନି ରାଗିଂ ଅଭିଯୋଗକୁ ଖଣ୍ଡନ କଲେ ଡିସିପି

ଭୁବନେଶ୍ୱର: ବିଜେବି କଲେଜରେ ଯେଉଁ ସାନି ରାଗିଂ ଅଭିଯୋଗ ଆସିଛି ତାହାରା କୌଣସି ଆଧାର ନାହିଁ । ରାଗିଂ ନେଇ ହୋଇଥିବା ଏତଲାର ତଦନ୍ତ ପରେ ଏହା କହିଛନ୍ତି ଡିସିପି ପ୍ରତୀକ ସିଂ। ସେ କହିଛନ୍ତି, ରାଗିଂ ଅଭିଯୋଗ ଆଣିଥିବା ଛାତ୍ର ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଛାତ୍ର । ସେ ହଷ୍ଟେଲରେ ରୁହନ୍ତି ନାହିଁ।

ତେବେ କେଉଁ ଆଧାରରେ ରାଗିଂ କଥା ହୋଇ ଅଭିଯୋଗକାରୀ ରୁଦ୍ର ନାରାୟଣ ପତ୍ର ଏଭଳି ଅଭିଯୋଗ ଆଣିଛନ୍ତି ତାର ଜହାବ ରଖିବାକୁ ଯାଇ ଡିସିପି କହିଛନ୍ତି, ଗତ 6 ତାରିଖରେ ରୁଦ୍ର ଏବଂ ଆମ୍ବେଦକର ହଷ୍ଟେଲର ଛାତ୍ରଙ୍କ ମଧ୍ୟରେ ଗାଡି ଧକ୍କା ହେବାକୁ ନେଇ ଗଣ୍ଡଗୋଳ ହୋଇଥିଲା। ସେହିସମୟରେ ଉଭୟଙ୍କ ମଧ୍ୟରେ ଠେଲାପେଲା ଓ ବଚସା ହୋଇଥିଲା। ରୁଦ୍ର ଏହାକୁ ନେଇ ଥାନାରେ ଏତଲା ଦେଇଥିଲେ। ଯେଉଁଥିରେ ଆମ୍ବେଦକର ହଷ୍ଚେଲର ଛାତ୍ରଙ୍କ ନାଁ ଉଲ୍ଲେଖ ରହିଛି । ପରେ ବୁଧବାର ହଷ୍ଟେଲ ଛାତ୍ର ଏକାଠି ହୋଇ ଅଭିଯୋଗକାରୀକୁ ଏତଲା ପ୍ରତ୍ୟାହାର କରିବାକୁ ତାଗିଦ କରିଥିଲେ। ପରେ ଦୁଇ ପକ୍ଷ ମଧ୍ୟରେ ଠେଲାପେଲା ହୋଇଛି। ଆଉ ଥାନାରେ ଏତଲା ହୋଇଛି ପୋଲିସ ଏହି ମାମଲାର ତଦନ୍ତ କରୁଛି।

ଉଲ୍ଲେଖଯୋଗ୍ୟ, ବିଜେବି କଲେଜର ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା କରିଥିଲେ । ସେ ରାଗିଂ ପାଇଁ ଆତ୍ମହତ୍ୟା କରିଛନ୍ତି ବୋସି ସୁଇସାଇଡାଲ ନୋଟରେ ଲେଖିଥିଲେ। ଏହାପରେ କଲେଜ ଏବେ ବିବାଦରେ ରହିଛି । ଏହି ଆତ୍ମହତ୍ୟା ଘଟଣାର ତଦନ୍ତ ଚାଲିଛି । ହେଲେ ରାଗିଂର ପ୍ରମାଣ ଏଯାବତ ମିଳିନି । ଅନ୍ୟପଟେ ମୃତକଙ୍କ ପରିବାର ଲୋକେ ନ୍ୟାୟ ଦାବି କରିଛନ୍ତି । ବୁଧବାର ରୁଚିକା ମୃତ୍ୟୁ ମାମଲାରେ ନବ ନିର୍ମାଣ କୃଷକ ସଂଗଠନ ଓଡିଶା ବନ୍ଦ ଡାକରା ଦେଇଥିଲା । ଏହି ବନ୍ଦ ଡାକରାକୁ ସମର୍ଥନ କରିଥିଲେ ରୁଚିକାଙ୍କ ମା । ଯିଏକି ନ୍ୟାୟ ଦାବିରେ ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇଥିଲେ।

Comments are closed.