Latest Odisha News

BREAKING NEWS

କାଶୀପୁରରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର

ଡାଇରିଆ ପ୍ରଭାବିତ ଗାଁ ବୁଲି ଗସ୍ତ କରିଛନ୍ତି ଜିଲ୍ଲାପାଳ ସ୍ୱଧା ଦେବସିଂ

ରାୟଗଡା: କାଶୀପୁୁରରେ କଲେରା ଆତଙ୍କା ଦେଖାଦେବା ପରେ ଏବେ ତତ୍ପର ହୋଇଉଠିଛି ଜିଲ୍ଲା ପ୍ରଶାସନ । ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଟି. ଆପାଙ୍ଗ ଆଓ କାଶୀପୁରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଯେଉଁ ହଇଜା ବ୍ୟାପିଛି ତାହାର ସ୍ଥିତି ଅନୁଧ୍ୟାନ ପାଇଁ ସଂଧ୍ୟାରେ ପହଞ୍ଚିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ବୁଧବାର ନିରଞ୍ଜନ ମିଶ୍ରଙ୍କ ନେତୃତ୍ବରେ ଏକ ଟିମ୍ ରାୟଗଡ଼ା ଠାରେ ପହଞ୍ଚିଛନ୍ତି। ଏହି ଟିମ୍ ଆସିବା ପରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ।

ହଇଜା ରୋଗ ନିୟନ୍ତ୍ରଣ ପାଇଁ କଣ ପଦକ୍ଷେପ ନିଆଯାଉଛି ତାହା ସମୀକ୍ଷା କରିଛନ୍ତି। ଦୂଷିତ ପାଣି ପିଇ ଲୋକ ହଇଜା ସହିତ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛନ୍ତି। ଏହା ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରତିକାର ବ୍ୟବସ୍ଥା ଗ୍ରହଣ ହୋଇଥିବା କହିଛନ୍ତି। ଜଳ ବିଶୋଧନ କାମ ଜାରି ରହିଛି। ତେବେ ଲୋକ ମଧ୍ୟ ଅଧିକ ସଚେତନ ହେବାର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଛନ୍ତି।

ସେପଟେ ରାୟଗଡା ଜିଲ୍ଲାପାଳ ସ୍ୱଧା ଦେବସିଂ ମଧ୍ୟ କାଶୀପୁର ବ୍ଲକ ଟିକିରି ଓ ଅନ୍ୟାନ୍ୟ ଡାଇରିଆ ପ୍ରଭାବିତ ଗାଁ ବୁଲି ଗସ୍ତ କରିଛନ୍ତି। ଗାଁକୁ ଯାଇ ସେଠାରେ ଥିବା ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି। ଲୋକଙ୍କୁ ଉଷୁମ ପାଣିବାକୁ ପରାମର୍ଶ ଦେବା ସହ ପରିଷ୍କାର ପରିଚ୍ଛନ ରହିବାକୁ ପରାମର୍ଶ ଦେଇଛନ୍ତି । ଏଥିସହ ପାଣି ବିଶୋଧନ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି । ସେହିପରି କାଶୀପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଯାଇ ସେଠାରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କ ସହିତ ଓ ଡାକ୍ତର ମାନଙ୍କ ସହିତ ଆଲୋଚନା କରିଛନ୍ତି ଜିଲ୍ଲାପାଳ । ରୋଗୀଙ୍କୁ କୌଣସି ପ୍ରକାରେ ତଳେ ଶୋଆଇ ଚିକିତ୍ସା ନକରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଆବଶ୍ୟକ ପଡିଲେ ଉତ୍କଳ ହସ୍ପିଟାଲ ଉଶାପଡାକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଧେଶ ଦେଇଛନ୍ତି ।

ଅନ୍ୟପଟେ ଆକ୍ରାନ୍ତଙ୍କ ନମୁନା ପରୀକ୍ଷଣ ସମୟରେ ଚିହ୍ନଟ ହୋଇଛି ନୂଆ ଭୂତାଣୁ ଇ ଡଟ୍ କୋଲାଇ। ଆରଏମଆରସିକୁ ଯାଇଥିବା ୨୭ ନମୁନାରୁ ୧୭ ନମୁନାରେ ଏହି ନୂଆ ପ୍ରଜାତିର ଭୂତାଣୁ ଚିହ୍ନଟ ହୋଇଛି। ଯାହାକୁ ନେଇ ଚିନ୍ତାରେ ପଡ଼ିଛି ସ୍ୱାସ୍ଥ୍ୟ ବିଭାଗ।

Leave A Reply

Your email address will not be published.