Latest Odisha News

BREAKING NEWS

୪୧ ଶ୍ରମିକଙ୍କ ଜୀବନ ବଞ୍ଚାଇଥିବା ରାଟ ମାଇନରଙ୍କ ଘର ଭାଙ୍ଗିଦେଲା ଡିଡିଏ

ଦିଲ୍ଲୀ: ଦିଲ୍ଲୀ ବିକାଶ ପ୍ରାଧିକରଣ ଉଚ୍ଛେଦ ଅଭିଯାନ ଭିତରେ ରାଟ ମାଇନରଙ୍କ ଘରକୁ ବୁଲଡୋଜର ଲଗାଇ ଭାଙ୍ଗି ଦେଇଛି । ଯିଏ ଗତ ବର୍ଷ ଉତ୍ତରାଖଣ୍ଡ ଉତ୍ତରକାଶୀରେ ସୁଡ଼ଙ୍ଗରେ ଫସିଥିବା ୪୧ ଶ୍ରମିକଙ୍କ ଜୀବନ ରକ୍ଷା କରିଥିଲେ । ଡିଡିଏ ପକ୍ଷରୁ ଖଜୁରୀ ଖାସେର ଉଚ୍ଛେଦ ଅଭିଯାନ ଚାଲିଥିଲା । ଏହାରି ଭିତରେ ରାଟ ମାଇନର ଓକିଲ ହାସନଙ୍କ ଘର ମଧ୍ୟ ଭାଙ୍ଗି ଦିଆଯାଇଥିଲା । ଏକ ଭିଡିଓ ମେସେଜରେ ହସନ ଅଧିକାରୀଙ୍କ ଉପରେ ଆରୋପ ଲଗାଇଛନ୍ତି ଘର ଭାଙ୍ଗିବା ନେଇ ତାଙ୍କୁ କୌଣସି ନୋଟିସ ହୋଇନଥିଲା । ଏହା ସହ ସେ କହିଛନ୍ତି ଉତ୍ତରାଖଣ୍ଡରେ ଶ୍ରମିକ ଉଦ୍ଧାର କାର୍ଯ୍ୟ ପାଇଁ ପୁରସ୍କାର ରାଶି ରୂପେ ସେ ତାଙ୍କ ଘର ମାଗିଥିଲେ । ତାଙ୍କୁ ସରକାରଙ୍କ ତରଫରୁ ଆଶ୍ବାସନା ମିଳିଥିଲା କି ତାଙ୍କ ଘର କେବେ ଭଙ୍ଗାଯିବନି । ହେଲେ କୌଣସି ନୋଟିସ ନକରି ଘର ଭାଙ୍ଗି ଦେଇଥିଲେ ସରକାର ।

ଏଭଳି ଘଟଣା ପରେ କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି ନେତାଙ୍କ ପକ୍ଷରୁ ସରକାରଙ୍କୁ ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ସରକାରଙ୍କୁ ଭତ୍ସନା କରିଛନ୍ତି । ଏହା ସହ ହସନଙ୍କ ପତ୍ନୀଙ୍କ ଏଭ ଭିଡିଓ ସେୟାର କରିଛନ୍ତି ପ୍ରିୟଙ୍କା ଯେଉଁ ଭିଡିଓରେ ହସନଙ୍କ ପତ୍ନୀ କହିଛନ୍ତି ତାଙ୍କ ସ୍ବାମୀ ଉତ୍ତରକାଶୀର ହିରୋଥିଲେ, ସେ ୪୧ ଶ୍ରମିକଙ୍କ ଜୀବନ ବଞ୍ଚାଇଥିଲେ । ସବୁ ତାଙ୍କୁ ସମ୍ମାନ କରୁଥିଲେ । ଆଜି ସମ୍ମାନ ବଦଳରେ ତାଙ୍କ ଘର ନେଇଯାଇଥିବା କହିଛନ୍ତି । ଏଥିସହ ସରକାରଙ୍କୁ କହିଛନ୍ତି ତାଙ୍କ ବିକାଶ କୁଆଡେ ଗଲା ।

Leave A Reply

Your email address will not be published.