Latest Odisha News

BREAKING NEWS

ପାଣି ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଯାଜପୁର : ଯାଜପୁର ଥାନା ବୈତରଣୀ ନଦୀର ସିଦ୍ଧେଶ୍ବର ଘାଟ ନିକଟରୁ ଗୋଡ ହାତ ବନ୍ଧା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର । ଯୁବକ ଜଣକୁ ହତ୍ୟା କରିବା ପରେ ନଦୀରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଚଳାଇଛି ।

ସୂଚନା ଅନୁସାରେ, ଆଜି ମଧ୍ୟାହ୍ନ ସମୟରେ ଯାଜପୁର ଟାଉନ ଥାନା ଅଧୀନସ୍ଥ ବୈତରଣୀ ନଦୀର ସିଦ୍ଧେଶ୍ବର ଘାଟ ନିକଟ ନଦୀ କୂଳରେ ଜଣେ ଯୁବକଙ୍କ ମୃତ ଦେହ ଭାସୁଥିବାର ଦେଖିବାକୁ ମିଳିଥିଲା । ମୃତଦେହ ଦେଖିବା ପରେ ଲୋକେ ଟାଉନ ଥାନାକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା । ତେବେ ମୃତକଙ୍କ ପରିଚୟ ମିଳିନାହିଁ ।

Leave A Reply

Your email address will not be published.