Latest Odisha News

BREAKING NEWS

ଆସାମରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର, ୬ ଆତଙ୍କବାଦୀ ନିହତ

ଗୌହାଟି: ଆସାମ ପୋଲିସ ଓ ଆସାମ ରାଇଫଲ୍ସର ମିଳିତ ଅପରେସନରେ ୬ ଜଣ ଡିମାସା ନାସନାଲ ଲିବେରସନ୍ ଆର୍ମି (DNLA) ଆତଙ୍କବାଦୀଙ୍କ ନିହତ ହୋଇଛନ୍ତି । ରବିବାର ସକାଳେ କବ୍ରି ଅନଗ୍ଲୋଙ୍ଗର ଧାନସିରି ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏହି ଏନକାଉଣ୍ଟର ହୋଇଥିଲା ।

ଆସାମ ପୋଲିସର ସୂଚନା ପ୍ରକାରେ, ଆତଙ୍କବାଦୀଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଜବତ କରାଯାଇଛି । ସକାଳେ ଆସାମା-ନାଗାଲାଣ୍ଡ ସୀମାର ମିସିବାଇଲାମ ଅଞ୍ଚଳରେ ଗୁଳିବିନିମୟ ହୋଇଥିଲା । ଏବେବି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଥିବା କବ୍ରି ଅନଗ୍ଲୋଙ୍ଗର ଏସପି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.