Latest Odisha News

BREAKING NEWS

ମଧ୍ୟାହ୍ନ ଭୋଜନ‌ ଖାଇ ୮୦ ଛାତ୍ରଛାତ୍ରୀ ଅସୁସ୍ଥ

ନୂଆଦିଲ୍ଲୀ: ଅତିକମରେ ୮୦ ଜଣ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ‌ ଖାଇବା ପରେ ଅସୁସ୍ଥ ହୋଇପଡିଥିବା ସୂଚନା ମିଳିଛି। ମଧ୍ୟାହ୍ନ ଭୋଜନ‌ରେ ମଲା ଝିଟିପିଟି ମିଳିଥିବା ଯୋଗୁ ଏପରି ଅଘଟଣ ଘଟିଥିବା ଜଣାପଡ଼ିଛି। ଏହି ଘଟଣା କର୍ଣ୍ଣାଟକର ହାଭେରୀ ଜିଲ୍ଲାରେ ଘଟିଛି।

ଏକ ସରକାରୀ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଏକ ମୃତ ଝିଟିପିଟି ମିଳିଥିବା ଜଣାପଡିଛି। ଏହାକୁ ଖାଇଥିବା ସମସ୍ତ ୮୦ ଜଣ ଛାତ୍ରଛାତ୍ରୀଙ୍କୁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ପିଲାମାନେ ଚିକିତ୍ସା ପରେ ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିଲେ।

ଅବହେଳା ପାଇଁ ବିଦ୍ୟାଳୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.