Latest Odisha News

୭ ଘଣ୍ଟା ପରେ ପୁଣି ଜିଇଁ ଉଠିଲେ ମୃତ ବ୍ୟକ୍ତି

ନୂଆଦିଲ୍ଲୀ: ୭ ଘଣ୍ଟା ପରେ ପୁଣି ଜିଇଁ ଉଠିଲେ ମୃତ ବ୍ୟକ୍ତି। ଏମିତି ଏକ ବିଚିତ୍ର ଘଟଣା ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି।

ଖବର ଅନୁଯାୟୀ, ଶ୍ରୀକେଶ ନାମକ ଜଣେ ବ୍ୟକ୍ତିଙ୍କର ଗାଡି ଧକ୍କାରେ ଦୁର୍ଘଟଣା ହେବାରୁ ତାଙ୍କୁ ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତରମାନେ ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ପରଦିନ ହସ୍ପିଟାଲର କର୍ମଚାରୀମାନେ ମୃତଦେହକୁ ଫ୍ରିଜରେ ରଖିଥିଲେ।

ପ୍ରାୟ ସାତ ଘଣ୍ଟା ପରେ, ମୃତ ଘୋଷିତ ବ୍ୟକ୍ତି ପୁଣି ଥରେ ଜିଇଁ ଉଠିଥିବା ଘଟଣା ସାମ୍‌ନାକୁ ଆସିଥିଲା। ଏକ ପୋଲିସ ଟିମ୍ ଏବଂ ତାଙ୍କ ପରିବାର ତାଙ୍କୁ ଜୀବିତ ଥିବା ଦେଖିବାକୁ ମିଳିଥିଲା। ଏହି ଘଟଣାର ଅଧିକ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.