Latest Odisha News

BREAKING NEWS

କୋଝିକୋଡ ବିମାନ ଦୁର୍ଘଟଣାରେ ପାଇଲଟଙ୍କ ସମେତ ୧୭ ମୃତ

କୋଝିକୋଡ: କେରଳର ଏୟାର ଇଣ୍ଡିଆ ବିମାନର କ୍ରାସ୍ ଲ୍ୟାଣ୍ଡିଂ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି ପାଇଛି । ୨ ପାଇଲଟଙ୍କ ସହ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ଏୟାର ଇଣ୍ଡିଆ ଏକ୍ସପ୍ରେସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ବିମାନର ଚାରି ଜଣ କ୍ୟାବିନ୍ କ୍ରିଉ ମେମ୍ବର ସୁରକ୍ଷିତ ଅଛନ୍ତି ।

ଦୁବାଇରୁ ୧୭୪ ଯାତ୍ରୀଙ୍କୁ ନେଇ କୋଝିକୋଡ ଆସୁଥିଲା ଏୟାର ଇଣ୍ଡିଆ ବିମାନ । ଏଥିରେ ଥିଲେ ଦୁଇ ଜଣ ପାଇଲଟ୍, ପାଞ୍ଚ ଜଣ କ୍ରିଉ ମେମ୍ୱର ୧୭୪ ଜଣ ଯାତ୍ରୀ ଓ ୧୦ ଜଣ ଛୁଆଙ୍କୁ ମିଶାଇ ମୋଟ୍ ୧୯୧ ଜଣ ।

କୋଭିଡ୍ ଯୋଗୁ ଦୁବାଇରେ ଫସିଥିବା ଭାରତୀୟଙ୍କୁ ବନ୍ଦେ ଭାରତ ମିଶନରେ ସ୍ୱଦେଶ ଆଣୁଥିଲା ଏୟାର ଇଣ୍ଡିଆର ବୋଇଂ-୭୩୭ । କୋଝିକୋଡ ଏୟାରପୋର୍ଟ ରନଓ୍ୱେରେ ଅବତରଣ ବେଳେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁଇ ଫାଳ ହୋଇଯାଇଥିବା ଏୟାର ଇଣ୍ଡିଆ ବିମାନ ।

Leave A Reply

Your email address will not be published.